Menu

Sabara Srikhetra

ଶାବର ଶ୍ରୀକ୍ଷେତ୍ର ଅତିଥି ଭବନ

    ଜିଲ୍ଲାର ସଦର ମହକୁମା କୋରାପୁଟ ଏକ କ୍ଷୁଦ୍ର ସହର । ଏହାର ଅନୁକୂଳ ଜଳବାୟୁ ଶାନ୍ତ ପରିବେଶ ଅନେକଙ୍କୁ ଆକୃଷ୍ଟ କରେ । ସରକାରୀ କର୍ମର ଅନୁରୋଧରେ ବହୁଲୋକ ଏଠାକୁ ଆସନ୍ତି । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଅଧିଷ୍ଠାନ ଏ ସ୍ଥାନର ଏକ ବିଶେଷ ଆକର୍ଷଣ । ଏତଦ୍‌ ବ୍ୟତୀତ କୋରାପୁଟ ଅଞ୍ଚଳର ନୈସର୍ଗିକ ପ୍ରକୃତି, ପାହାଡ ପର୍ବତ, ଗିରିଗୁମ୍ଫା, ପ୍ରାକୃତିକ ନିର୍ଝର ଓ ଗିରିନଦୀ, ଜଳଭଣ୍ଡାର, ନଦୀବନ୍ଧ ଯୋଜନା, ଶିଳ୍ପାୟତନ ସମେତ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ବହୁ ପ୍ରାଚୀନ ସ୍ଥଳୀ ସର୍ବୋପରି ଆଦିବାସୀ ଜନଜୀବନ ବହୁ ପରିବ୍ରାଜକଙ୍କୁ ଆକୃଷ୍ଟ କରିଥାଏ । ସଂପ୍ରତି ଇକୋ-ଟୁରିଜମ୍‌ ପାଇଁ ଏହି ଅଞ୍ଚଳରେ ବିସ୍ତର ସମ୍ଭାବନାର କ୍ଷେତ୍ର ରହିଛି । କୋରାପୁଟ ବର୍ତ୍ତମାନ ଉଭୟ ସଡକ ଓ ରେଳପଥ ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରର ପ୍ରମୁଖ ସ୍ଥାନମାନ ସହ      ସଂଯୁକ୍ତ । କୋରାପୁଟରୁ ରେଳରେ ଦିଲ୍ଲୀ, କୋଲକାଟା, ବିଶାଖପାଟଣା, ରାଜ୍ୟର ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର ସହଜରେ ଯିବା ଆସିବା କରିହୁଏ । ଦିନକୁ ଦିନ ଏଠାରେ ଯାତ୍ରୀ ସମାଗମ ବଢ଼ୁଥିବା ଲକ୍ଷ୍ୟକରି ସେମାନଙ୍କର ସୁଖକର ରହଣି ସକାଶେ ଶାବର ଶ୍ରୀକ୍ଷେତ୍ର ଅତିଥି ଭବନ ନିର୍ମିତ ହୋଇଛି । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଅଭିମୁଖେ ପଡ଼ିଥିବା ଶତାଧିକ ସୋପାନ ଶ୍ରେଣୀର ଡାହାଣ ପାଶ୍ୱର୍ରେ ଏକ ରୁଚିକର ପରିବେଶରେ ଏହି ଅତିଥି ଭବନ ଏକ ସୁଦୃଶ ଦୁଇ ମହାଲା ବିଶିଷ୍ଟ ସୌଧ । ଏହାର ମନୋରମ ସ୍ନିU ବାତାବରଣ ଯେ କେହି ବ୍ୟକ୍ତିକୁ ଆନନ୍ଦ ଦେବ । ଏହି ଅତିଥି ଭବନରେ ତଳ ଉପର ଉଭୟ ମହଲାରେ ମୋଟ ୩୨ଟି ପ୍ରକୋଷ୍ଠ ରହିଛି । ପ୍ରତି ପ୍ରକୋଷ୍ଠ ଦୁଇ ଶଯ୍ୟା ବିଶିଷ୍ଟ ଏବଂ ସମସ୍ତ ପ୍ରକୋଷ୍ଠରେ ଅତ୍ୟାଧୁନିକ ସୁବିଧା ସଂଲଗ୍ନ ରହିଛି, ଯଥା: ଉଭୟ ଥଣ୍ଡା ଓ ଗରମ ପାଣି, ସମ୍ମୁଖରେ ବୈଠକଖାନା, ପଠନ ଉପଯୋଗୀ ପୁସ୍ତକ ସମ୍ବଳିତ ପାଠାଗାର, ଭବନ ପରିସରରେ ଗାଡ଼ି ରଖିବା ବ୍ୟବସ୍ଥା, ଗTଉ/ଔଗଉ ସୁବିଧାଯୁକ୍ତ ଫୋନ ବ୍ୟବସ୍ଥା, ବହୁ ଚ୍ୟାନେଲଯୁକ୍ତ ଟେଲିଭିଜନ୍‌ ସେଟ୍‌, ଇଣ୍ଟରନେଟ୍‌ କାଉଣ୍ଟର, ପ୍ରକୋଷ୍ଠ ଭିତରକୁ ଭୋଜନ ଯୋଗାଇ ଦେବା ବ୍ୟବସ୍ଥା, ଭବନଦ୍ୱାରରୁ ପରିଭ୍ରମଣ ପାଇଁ ଆବଶ୍ୟକ ସ୍ଥଳେ ଗାଡ଼ିର ବ୍ୟବସ୍ଥା, ଯୋଗ ଅଭ୍ୟାସ ପାଇଁ ବ୍ୟବସ୍ଥା, ଡାକ୍ତରୀ ଚିକିସିା ସୁବିଧା, ଲୁଗାପଟା ସଫା କରିବା ପାଇଁ ଲଣ୍ଡ୍ରି ସେବା, ସର୍ବୋପରି ଉତ୍ତମ ପରିଚର୍ଯ୍ୟା ଓ ଆତିଥ୍ୟ ଏହାର ବୈଶିଷ୍ଟ୍ୟ ।
    ଶସ୍ତା ଓ ସୁଲଭ ଦରରେ ବୋର୍ଡ଼ିଙ୍ଗ୍‌ ଓ ଲଡ୍‌ଜିଂ ପାଇଁ ଅତିଥି ଭବନ ବାସ୍ତବରେ ଏକ ଉପଭୋଗ୍ୟ ସ୍ଥଳୀ । ଏହା ସହିତ କନ୍‌ଫେରନ୍ସ ହଲ୍‌ ମଧ୍ୟ ସଂଲଗ୍ନ ରହିଛି । ନିମ୍ନମତେ ଦର -:
    ଏକ୍‌ଜୁକୁ୍ୟଟିଭ ସୁଟ        ଟ.       /-
    ଅଧିକା ଜଣେ ବ୍ୟକ୍ତି ପାଇଁ        ଟ.        /-
    ଭି.ଆଇ.ପି ସୁଟ        ଟ.      /-
    ଶୀତତାପ ନିୟନ୍ତ୍ରିତ ସୁଟ୍‌        ଟ.        /-
    କନ୍‌ଫେରେନ୍ସ ହଲ୍‌        ଟ.          /-
    ଏହା ସହିତ ସଂଲଗ୍ନ ହୋଟେଲଟି ମଧ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ । କୋରାପୁଟ ସହରର କେନ୍ଦ୍ରସ୍ଥଳରେ ବସଷ୍ଟାଣ୍ଡର ଅତି ନିକଟରେ ଶ୍ରୀଜଗନ୍ନାଥ ମନ୍ଦିରର ପାଦ ଦେଶରେ ଏହାର ଅବସ୍ଥିତି ଏହାକୁ ରହିବା ପାଇଁ ସବୁଠାରୁ ସୁବିଧାଜନକ ସ୍ଥାନରେ ପରିଣତ କରିଛି ।
ଶାବର ଶ୍ରୀକ୍ଷେତ୍ର ଅତିଥି ନିବାସ
    ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ପୂର୍ବଦିଗରୁ ଶତାଧିକ ସୋପାନ ଚଢ଼ିବାକୁ ହୁଏ । ଏହି ସୋପାନ ଶ୍ରେଣୀର ପ୍ରାରମ୍ଭରେ ଏବେ ଏକ ସୁରମ୍ୟ ତୋରଣ ନିର୍ମିତ ହୋଇଛି । ଏହି ତୋରଣର ବାମ ପଶ୍ୱର୍ରେ (ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଅନାଇଁ ଠିଆହେଲେ) ନବନିର୍ମିତ ଏକ ସୁଦୃଶ ସୌଧ । ଏହା ‘ଶାବର ଶ୍ରୀକ୍ଷେତ୍ର ଅତିଥି ନିବାସ’ । ଏହା ମଧ୍ୟ ଦୁଇତଳ ବିଶିଷ୍ଟ । ଏହି ଅତିଥି ନିବାସର ତଳ ମହଲାରେ ୧୦ଟି ଓ ଉପର ମହାଲାରେ ୧୧ଟି, ମୋଟ ୨୧ଟି ପ୍ରକୋଷ୍ଠ ଅଛି । ପ୍ରତି ପ୍ରକୋଷ୍ଟ ଏକ ଶଯ୍ୟା ବିଶିଷ୍ଟ । ଉଭୟ ତଳର ଚଟାଣ ମାର୍ବଲ ନିର୍ମିତ । ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଯାତ୍ରୀଙ୍କ ରହଣି ଅତ୍ୟନ୍ତ ଉପଭୋଗ୍ୟ ହେବ । ପ୍ରତି ପ୍ରେକୋଷ୍ଠ ସହିତ ଗାଧୁଆଘର ଓ ପାଇଖାନା ସଂଲଗ୍ନ ରହିଛି । ଏଠାରେ ମଧ୍ୟ ଟେଲିଫୋନ ଓ ଟେଲିଭିଜନ୍‌ ବ୍ୟବସ୍ଥା ରହିଛି । ପ୍ରତି ପ୍ରକୋଷ୍ଠରେ ଉଭୟ ଗରମ ଓ ଥଣ୍ଡା ଜଳ ୨୪ ଘଣ୍ଟା ସୁଲଭ ହୋଇଥାଏ । ଗ୍ରାହକଙ୍କ ଆବଶ୍ୟକ ମତେ ଚା’ ଓ ଭୋଜନ ପ୍ରକୋଷ୍ଠ ଭିତରେ ଯୋଗାଇବା ବ୍ୟବସ୍ଥା ଅଛି । ଗ୍ରାହକ ଇଚ୍ଛା କଲେ ବାହାରକୁ ଯାଇ ମଧ୍ୟ ଭୋଜନାଦି ଗ୍ରହଣ କରିପାରିବେ । ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରା ପରିଚାଳିତ ଏହି ଅତିଥି ନିବାସରେ ଆମିଷାଦି ଭୋଜନ ଓ ନିଶା ସେବନ ସର୍ବାଦୌ ବାରଣ କରାଯାଇ ଥାଏ ।
    ପ୍ରତି ପ୍ରକୋଷ୍ଠରେ ରହଣି ପାଇଁ ଗ୍ରାହକଙ୍କୁ ଟ.         /- ଦେୟ ଦେବାକୁ ପଡ଼େ ।
ଶାବର ଶ୍ରୀକ୍ଷେତ୍ର ଯାତ୍ରୀ ନିବାସ
    ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରକୁ ଯିବାପାଇଁ ଯେଉଁ ପିଚୁ ରାସ୍ତା ପଡ଼ିଛି ତାହାର ବାମ ପାଶ୍ୱର୍ରେ ଯାତ୍ରୀ ନିବାସମାନ ରହିଛି । ପ୍ରତ୍ୟେକଟି କୁଟୀର(ନିବାସ)ରେ ପାଞ୍ଚୋଟି ଲେଖାଏଁ ଶଯ୍ୟା (ଚ୍ଛeଛ)ରହିଛି । ପ୍ରତ୍ୟେକ କୁଟୀରରେ ପାଇଖାନା ଓ ଗାଧୁଆଘରର ବ୍ୟବସ୍ଥା ରହିଛି । ପରିଷ୍କାର ପରିଛନ୍ନ ପରିବେଶରେ ଯାତ୍ରୀମାନେ ଏହି କୁଟୀରମାନଙ୍କରେ ରହିପାରିବେ । ଏହି କୁଟୀରମାନଙ୍କରେ ପ୍ରତି ଶଯ୍ୟା ପାଇଁ ଦୈନିକ ଟ.   /- ଭଡ଼ା ଦେବାକୁ ପଡ଼େ । ସମଗ୍ର କୁଟୀରଟି ପାଇଁ ଦୈନିକ ଟ            /- ଦେବାକୁ ପଡ଼େ । ବିବାହ ବ୍ରତାଦି ଉସିବାନୁଷ୍ଠାନ ସକାଶେ ସାଧାରଣତଃ ବହୁ ଲୋକଙ୍କୁ ରହିବା ସୁବିଧା ଯୋଗାଇବା ପାଇଁ କୁଟୀର ଗୁଡ଼ିକୁ ଲୋକେ ବ୍ୟବହାର କରିଥାନ୍ତି । ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ କୋରାପୁଟ ଆସିଲେ ଅଳ୍ପ ସମୟ ପାଇଁ ହେଉ ପଛକେ ଏଗୁଡ଼ିକ ବ୍ୟବହାର କରିଥାନ୍ତି । ସୁଲଭ ମୂଲ୍ୟରେ ରହିବା ପାଇଁ ମନ୍ଦିର ନିକଟରେ ଏହି କୁଟୀର ଗୁଡ଼ିକ ସର୍ବାଧିକ ଉପଯୋଗୀ । ଯାତ୍ରୀ ନିବାସ ଗୁଡ଼ିକର କାଉଣ୍ଟରରେ ଯାତ୍ରୀ ଯୋଗାଯୋଗ କରିପାରିବେ । ଏଠାରେ ଟେଲିଫୋନ୍‌ର ବ୍ୟବସ୍ଥା ମଧ୍ୟ ସୁଲଭ । ଏଠାରୁ ସରରର ଦୋକାନ ବଜାର ହୋଟେଲ ଇତ୍ୟାଦି ଅତି       ପାଖ ।
ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ
    ମଧ୍ୟାହ୍ନ ସମୟରେ ପ୍ରତ୍ୟହ ଶାବର ଶ୍ରୀକ୍ଷେତ୍ରର ପରିସର କୋଳାହଳ ପୂର୍ଣ୍ଣ ହୋଇଉଠେ । ଆନନ୍ଦ ବଜାରରେ ଗହଳି ବଢ଼ି  ଯାଏ । ଅସଂଖ୍ୟ ଭକ୍ତ ପ୍ରସାଦ ସେବନ ପାଇଁ ଧାଡ଼ି ଲଗାଇ ଥାନ୍ତି । ବିବାହ, ବ୍ରତ ଓ ଅନ୍ୟ ଉସିବାଦି ସମୟରେ ପ୍ରସାଦ ପାଇଁ ଭିଡ଼ ପ୍ରବଳ ହୁଏ । ହାରା ହାରି ୫୦୦ ଲୋକ ଦୈନିକ ପ୍ରସାଦ ସେବନ କରୁଥିବା ଦେଖାଯାଏ । ଶ୍ରୀଗୁଣ୍ଡିଚା ବେଳେ ନବଦିବସ ବ୍ୟାପୀ ଯାତ୍ରାରେ ଶୁଖିଲା ପ୍ରସାଦର ଚାହିଦା ବଢ଼ିଯାଏ । ସେହିପରି କାର୍ତ୍ତିକ ଉସିବ ସମୟରେ ମଧ୍ୟ ଉଭୟ ଶୁଖିଲା ଓ ଶଂଖୁଡ଼ି ପ୍ରସାଦ ପାଇଁ ଭିଡ଼ ଜମେ । ଶୁଖିଲା ପ୍ରସାଦ ଭିତରେ ଥାଏ ଶାବର ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ମାଲପୁଆ । ମାଲପୁଆ ପୁଡ଼ିଆ ବହୁ ସଂଖ୍ୟାରେ ବାହାରକୁ ଚାଲିଯାଏ । ମାଲପୁଆ ବ୍ୟତୀତ ଶ୍ରୀଜଗନ୍ନାଥଙ୍କ ନଡ଼ିଆ କୋରା ଓ ଗଜାର ଚାହିଦା ବି କମ ନୁହେ । ‘ଖେଚୁଡ଼ି’ ପାଇଁ ବି ଠେଲାପେଲା ଲାଗି ରହେ । ତେବେ ସାଧାରଣ ଦିନମାନଙ୍କରେ ଶୁଖିଲା ଭୋଗ ଭିତରେ ଥାଏ ଗଳା, ନଡ଼ିଆ କୋରା ଓ ଲଡୁ । ମଝିରେ ମଝିରେ ଚାହିଦାକୁ ଧରି ମାଲପୁଆ ବି ମିଳେ ।

ଶାବର ଶ୍ରୀକ୍ଷେତ୍ରେ ବିଜେ ‘ମାତ୍ତାରବ୍ନମ୍‌’ : ସଉରାଙ୍କ ଇଷ୍ଟଦେବ

    ଶାବରମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦି ଉପାସକ । ଓଡ଼ିଶାର ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି । ଏହି ସଂସ୍କୃତିର ମୌଳିକ ସ୍ୱରୂପ ଶବର ସଂସ୍କୃତିରେ ଉପଲବ୍‌ଧ ହୁଏ । ବର୍ତ୍ତମାନର ରାୟଗଡ଼ା ଜିଲ୍ଲାର ଗୁଣୁପୁର, ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୂଲମ୍‌ ଜିଲ୍ଲାରେ ବିପୁଳ ସଂଖ୍ୟାରେ ଯେଉଁ ସଉରା ବା ସୌରାମାନେ ବସବାସ କରନ୍ତି ସେମାନେ ଶବରଶ୍ରେଣୀର । ଶ୍ରୀଜଗନ୍ନାଥ ମହାପ୍ରଭୁ ସମନ୍ୱୟ ଓ ସଂହତିର ପ୍ରତୀକ । ସଉରାମାନଙ୍କ ରୀତିନୀତିରେ ଏହି ବିଚାରବୋଧଟି ସ୍ୱଭାବସୁଲଭ ଭାବରେ ପ୍ରକଟିତ ହୋଇଥାଏ । କି;ୁ ବିଗତ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ବ୍ରିଟିଶ ଶାସନ ଅମଳରେ ସଉରାଙ୍କ ମଧ୍ୟରେ ଯେତେବେଳେ ଆଧୁନିକତା ତଥା ପାଶ୍ଚାତ୍ୟ ବିଚାର ପ୍ରବେଶକଲା ସେତେବେଳେ ଏମାନେ ଧର୍ମ ଓ ବିଚାର ସଂକଟର ସମ୍ମୁଖୀନ ହୋଇଥିଲେ । ସଉରା ସମାଜର ଘୋର ଅବକ୍ଷୟ ସମୟରେ ଏମାନଙ୍କ ମଧ୍ୟରେ ଜଣେ ଦିବ୍ୟପୁରୁଷଙ୍କର ଆବିର୍ଭାବ ହୋଇଥିଲା । 
    ଗୁଣୁପୁରୁଠାରୁ ୨୪ କିଲୋମିଟର ଦୂରରେ ଏବଂ ଡମ୍ବସରାଠାରୁ ୧୧ କିଲୋମିଟର ଦୂରରେ ମରିଚଗୁଡ଼ା ବୋଲି ଛୋଟ ଗାଆଁଟିଏ ଅଛି । ପଦ୍ମପୁରର ପାଖାପାଖି ଏହି ଗାଆଁଟି ଏକ ନିକାଞ୍ଚନ ସୌରା ପଲ୍ଲୀ । ଏଇଠି ୧୯୧୬ ମସିହାରେ ଜନ୍ମ ହୋଇଥିଲେ ସନ୍ଥ ମଙ୍ଗେଇ ଗମାଙ୍ଗ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କେନ୍ଦ୍ରକରି ଓଡ଼ିଶାରେ ବହୁକାଳରୁ ଚଳିଆସୁଥିବା ସମନ୍ୱୟଧର୍ମୀ ବିଚାର ଧାରାରେ ଅନୁପ୍ରାଣିତ ହୋଇ ସବୁ ମଣିଷଙ୍କୁ ସମଜ୍ଞାନ କରି ସମସ୍ତଙ୍କ ମଧ୍ୟରେ ସୌହାଦ୍ର୍ଦ୍ୟ ପ୍ରତିଷ୍ଠାର ଉଦ୍ୟମ କରିଥିଲେ ସନ୍ଥ ମଙ୍ଗେଇ । ସେ ଥିଲେ ସେ ସମୟରେ ସଉରାଙ୍କ ମଧ୍ୟରେ କ୍ରାନ୍ତିଦର୍ଶୀ ପୁରୁଷ, ମହାନ୍‌ ସଂସ୍କାରକ । ସଉରାଙ୍କ ଜୀବନ ଯାତ୍ରାରେ ପରିବର୍ତ୍ତନ ଆଣି ଏକ ସୁନ୍ଦର ସଉରା ସମାଜ ଗଢିବା ପାଇଁ ସେ ଲାଗିପଡ଼ିଥିଲେ । ଦାରୁବ୍ରହ୍ମଙ୍କ ଦ୍ୱାରା ଆଦ୍ଦିଷ୍ଟ ହୋଇ ସବୁ ସଉରାଲୋକ ଏକାଭଳି ପୂଜା ଆରାଧନା କରିବା ପାଇଁ ସଉରାଙ୍କ ମଧ୍ୟରେ ସେ ଏକ ଅଭିନବ ମତବାଦର ପ୍ରଚାର କରିଥିଲେ । 
    ସଉରା ବର୍ଣ୍ଣମାଳା ରେ ୨୪ଟି ଅକ୍ଷର ଓ ୯ଟି ଅଙ୍କ ଅଛି । ଏହି ଅକ୍ଷର ଓ ଅଙ୍କମାନଙ୍କୁ ପ୍ରତୀକରୂପେ ନେଇ ସେ ଏକ ମୂର୍ତ୍ତିର କଳ୍ପନା କରିଥିଲେ । ଏହି ପ୍ରତୀକହିଁ ମତ୍ତାରବ୍ନମ୍‌ । ଏହାଙ୍କ ସ୍ୱରୂପ ଓଡ଼ିଆ ‘ଓଁ’ ପରି । ମତ୍ତାରବ୍ନମ୍‌ ହେଉଛନ୍ତି ଅକ୍ଷରବ୍ରହ୍ମ । ଅଜ୍ଞାନ ଅନ୍ଧକାର ମଧ୍ୟରେ ପଡ଼ି ଛଟପଟ ହେଉଥିବା ମଣିଷ ପାଇଁ ମତ୍ତାରବ୍ନମ୍‌ ଦିବ୍ୟ ଆଲୋକର ପଥ ଦେଖାଇ ଦିଅନ୍ତି । ହୃଦୟରେ ଜ୍ଞାନ ଜନ୍ମିଗଲେ ମଣିଷର ବିକାଶ ହୋଇଯାଏ । ମଣିଷ ଆଗରେ ମୁକ୍ତିର ପଥ ପରିଷ୍କାର ଦେଖାଯାଏ । ଅତଏବ ଜ୍ଞାନହିଁ ମୁକ୍ତିର ଦ୍ୱାର । ମଣିଷର ଜୀବନ ଯାତ୍ରା ପଥରେ ଭୟ ରହେ ନାହିଁ, ଭ୍ରାନ୍ତି ରହେ ନାହିଁ । ମଣିଷ ଜୀବନକୁ ସମୃଦ୍ଧ କରିବାପାଇଁ ସେହି କ୍ରାନ୍ତିଦର୍ଶୀ ପୁରୁଷଙ୍କର ଏହା ଥିଲା ଅଭିନବ ଦର୍ଶନ । ସଉରାମାନଙ୍କର ଜ୍ଞାନୋଦୟ ହେଉ, ସେମାନେ ବିକାଶଲାଭ କର;ୁ - ଏହାଥିଲା ତାଙ୍କରି ଉଦ୍ଦେଶ୍ୟ । 
    ପୂର୍ବୋକ୍ତ ମରିଚଗୁଡ଼ା ଗାଆଁମୁଣ୍ଡରେ ଅନୁଚ୍ଚ ପାହାଡ଼ଟିଏ ଅଛି । ସବୁଜ ବୃକ୍ଷଲତା ଆଚ୍ଛାଦିତ ଏହି ପାହାଡ଼ର ଏକ ନିର୍ଜନ ସ୍ଥଳୀରେ ବସି ସନ୍ଥ ମଙ୍ଗେଇ ଦୀର୍ଘକାଳ ଗଭୀର ତପସ୍ୟା କରିଥିଲେ । ତାଙ୍କରି ତପୋଭୂମି ଏହି ପାହାଡ଼ରେ ଏବେ ମଧ୍ୟ ଯେ କେହି ଆକସ୍ମିକ ଏକ ଦିବ୍ୟଭାବର ଉପଲବ୍‌ଧି କରିପାରିବେ । ଦିନେ ତପୋନିଷ୍ଠ ମଙ୍ଗେଇ ଆକସ୍ମିକ ଏକ ଦିବ୍ୟ ଉପଲବ୍‌ଧି କରିଥିଲେ । ଏକ ମହାନ ଜ୍ୟୋତି ତାଙ୍କ ସମ୍ମୁଖରେ ଦେଖି ସେହସ୍ଥଳୀରେ ସେ ଆତ୍ମବିସ୍ମୃତ ହୋଇ ପଡ଼ିଥିଲେ । କିଛିକ୍ଷଣ ପରେ ସଚେତନ ହୋଇ ସେ ଦିବ୍ୟଜ୍ଞାନର ପ୍ରତୀକ ମତ୍ତାରବ୍ନମଙ୍କୁ ହୃଦୟରେ ଧାରଣ କରି ଚଉଦିଗକୁ ଅନାଇଲେ । ମତ୍ତାରବ୍ନମଙ୍କ ନିର୍ଦ୍ଦେଶ ତାଙ୍କ ହୃଦୟରେ ଅନୁରଣିତ ହେଉଥାଏ । ସେହି ନିର୍ଦ୍ଦେଶକୁ ରୂପ ଦେବା ପାଇଁ ସେ ବ୍ୟାକୁଳ ହୋଇ ପଡ଼ିଲେ । ସେଦିନ ଥିଲା ୧୯୩୬ ମସିହା ଜୁନ୍‌ ୧୮ ତାରିଖ । ତିଥି ଅନୁସାରେ ସେଦିନ ବୈଶାଖ ଶୁକ୍ଲ ତୃତୀୟା । ଭାରତର ସନାତନ ପରମ୍ପରାରେ ଏହା ଅକ୍ଷୟତୃତୀୟା ଏବଂ କୃଷିଜୀବୀ ଓଡ଼ିଆଙ୍କ ପରମ୍ପରାରେ ‘ଅକ୍ଷି ତୃତୀୟା’ - ଏକ ମହାନ୍‌ ପାର୍ବଣ ଦିବସ । ଗ୍ରୀଷ୍ମପ୍ରବାହରେ ଉତ୍ପୀଡ଼ିତ ଧରାବକ୍ଷରେ ସବୁଜ ଶସ୍ୟ ସମ୍ଭାରର ସୁନ୍ଦର ସ୍ୱପ୍ନରେ ମସଗୁଲ୍‌ ଓଡ଼ିଆ କୃଷକକୁଳ ଏହିଦିନ କ୍ଷେତରେ ଅକ୍ଷିମୁଠି ବୁଣି କୃଷିର ଶୁଭାରମ୍ଭ କରନ୍ତି । ଏହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ପାଇଁ ରଥ ଅନୁକୂଳ ହୁଏ । ପୁଣି ପ୍ରଭୁଙ୍କର ଚନ୍ଦନଯାତ୍ରାର ଅନୁକୂଳ ତିଥି ଏହି ଅକ୍ଷୟ ତୃତୀୟା । କୃଷି ହେଉ, କି ଶ୍ରୀଜଗନ୍ନାଥଙ୍କ ରଥ ହେଉ କି ଈଶ୍ୱର ସେବା ଉପାସନା ହେଉ ସବୁ ପରମ୍ପରା ଅନନ୍ତକାଳ ପର୍ଯ୍ୟନ୍ତ ଅକ୍ଷୂର୍ଣ୍ଣ ରହିଥାଉ । ସମୃଦ୍ଧି ଭରିଯାଉ ଚଉଦିଗରେ । ମଣିଷ ଓ ତାର ସମାଜ, ସଂସ୍କୃତି, ସଭ୍ୟତା କାଳକାଳକୁ ଅକ୍ଷୟ ହୋଇ ରହୁ - ଏହି କାମନା ଓ ଭାବନାର ଦିବସ ଅକ୍ଷୟ ତୃତୀୟା । ସଂଯୋଗ କ୍ରମେ ଦିବ୍ୟପୁରୁଷ ମଙ୍ଗେଇ ଗମାଙ୍ଗ ଏହି ଦିନହିଁ ମତ୍ତାରବ୍ନମ୍‌ଙ୍କ ଦିବ୍ୟାଲୋକ ଦର୍ଶନ କରିଥିଲେ । ଅତଏବ ଏହି ଦିବସଟିକୁ ମତ୍ତାରବ୍ନମ୍‌ଙ୍କ ଆବିର୍ଭାବ ଦିବସରୂପେ ଗ୍ରହଣ କରାଯାଏ । 
    ଜ୍ଞାନର କ୍ଷୟ ନାହିଁ । ଦିବ୍ୟଜ୍ଞାନ ଅକ୍ଷୟ । ସେ ଅକ୍ଷରବ୍ରହ୍ମ । ତେଣୁ ଅକ୍ଷୟ ତୃତୀୟାରେ ତାଙ୍କର ଆବିର୍ଭାବ ସ୍ୱାଭାବିକ । ପରେ ପୂର୍ବୋକ୍ତ ପାହାଡ଼ ଉପରେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ମତ୍ତାରବ୍ନମ୍‌ ପ୍ରତିଷ୍ଠିତ ହେଲେ । ଏହି ତପୋସିଦ୍ଧ ପାହାଡ଼ଟିକୁ ସନ୍ଥ ମଙ୍ଗେଇ ନାମକରଣ କରିଥିଲେ ମତ୍ତାର ବନୌବନଜାନ୍‌ ।
    ସନ୍ଥମଙ୍ଗେଇ ଏହି ଅକ୍ଷର ବ୍ରହ୍ମ, ଦିବ୍ୟଜ୍ଞାନର ସ୍ୱରୂପ ମତ୍ତାରବ୍ନମଙ୍କ ଉପାସନା ମାଧ୍ୟମରେ ସଉରାମାନଙ୍କ ମଧ୍ୟରେ ସାଧୁ, ସଚ୍ଚରିତ୍ର, ମାନବବାଦୀ ହେବାର ପ୍ରେରଣା ଜନ୍ମାଇ ପାରିଥିଲେ । ତାଙ୍କର ପ୍ରବର୍ତ୍ତିତ ଅଭିନବ ମତଟିକୁ ସେ ‘ମତ୍ତାର ବ୍ନମ ଡମ୍ରୀ’ ନାମରେ ନାମିତ କରିଥିଲେ । ଏହାର ଅର୍ଥ ହେଲା, “ଭଲ ମଣିଷ ହୁଅ, ପ୍ରବୃଦ୍ଧ ହୁଅ, ସଦାଚାରୀ ହୁଅ ।’’ ସୁତରାଂ ଶୁଦ୍ଧ ଆଚରଣ ଦ୍ୱାରା, ଶୁଦ୍ଧ ଜ୍ଞାନ ଦ୍ୱାରା ଜଣେ ଶୁଦ୍ଧ ମଣିଷ ହୋଇ ପାରିବ । ଏହାଥିଲା ସନ୍ଥ ମଙ୍ଗେଇଙ୍କର ସମଗ୍ର ମଣିଷଜାତି ପାଇଁ ସ୍ୱପ୍ନ । ନିଜ ପରିବେଶରେ ନିଜ ଚାରିପାଖରେ ଥିବା ସଉରାମାନଙ୍କ ମଧ୍ୟରେ ଏପରି ମଣିଷ ତିଆରି କରିବାପାଇଁ ସେ ତାଙ୍କର ସାଧୁ ଉଦ୍ୟମ ଆରମ୍ଭ କରିଥିଲେ । ସଦାନମ୍ର, ବିନୟୀ ପୁରୁଷଟିଏ ଥିଲେ ସନ୍ଥ ମଙ୍ଗେଇ । ଋଷି ପରମ୍ପରାରେ ସେ ଥିଲେ ସଉରାଙ୍କ ମଧ୍ୟରେ ଅଦ୍ୱିତୀୟ ଋଷି ।
    ୧୯୮୦ ମସିହାରେ ୬୫ ବର୍ଷ ବୟସରେ ଋଷିପ୍ରାଣ ମଙ୍ଗେଇ ଦେହତ୍ୟାଗ କରିଥିଲେ । ଆଜି ତାଙ୍କର ଅଜସ୍ର ଅନୁଗାମୀ ସଉରାଙ୍କ ମଧ୍ୟରେ ଅଛନ୍ତି । ଶୁଚିମନ୍ତ ବୈଷ୍ଣବମାନଙ୍କ ପରି ସେମାନେ ମଦ ମାଂସରୁ ନିବୃତ୍ତ ରହି ସରଳ ସାତ୍ତ୍ୱିକ ଜୀବନ ଯାପନ କରୁଛନ୍ତି । ବହୁଜୀବନରେ ଅଦ୍ଭୁତ ପରିବର୍ତ୍ତନ ଆଣି ଦେଇଛି ମଙ୍ଗେଇଙ୍କ ବିଚାର । 
    ପ୍ରତିବର୍ଷ ମରିଚଗୁଡ଼ାଠାରେ ଅକ୍ଷୟ ତୃତୀୟା ଦିନ ମତ୍ତାରବ୍ନମଙ୍କ ଆବିର୍ଭାବ ଦିବସ ମହା ସମାରୋହରେ ପାଳିତ ହୁଏ । ଆନ୍ଧ୍ରପ୍ରଦେଶ ସମେତ ସୁଦୂର ଅଞ୍ଚଳରୁ ହଜାର ହଜାର ସଉରା ଜନଜାତିର ଲୋକେ ଏହିଠାରେ ଏକତ୍ର ହୁଅନ୍ତି । ଏବେ ଏହି ଦିବସଟି ସଉରା ସଂପ୍ରଦାୟର ପରମ୍ପରାରେ ସବୁଠାରୁ ମହାନ୍‌ ପାର୍ବଣ ଦିବସ - ସଂହତି ଓ ସୌହାର୍ଦ୍ଦ୍ୟର ଦିବସ । 
    ଶ୍ରୀଜଗନ୍ନାଥଙ୍କ ସହ ସଉରା ସଂପ୍ରଦାୟ ତଥା ସେମାନଙ୍କର ଇଷ୍ଟଦେବ ମତ୍ତାରବ୍ନମଙ୍କ ନିତ୍ୟ ସଂପର୍କର ସୂଚନା ପୂର୍ବରୁ ଦିଆଯାଇଛି । ଏବେ ଏ ସଂପର୍କ ଆହୁରି ଦୃଢ଼ୀଭୂତ ହୋଇଛି । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବେଢ଼ା ଭିତରେ ଚମ୍ପାବଣର ମନୋରମ ପରିବେଶରେ ମତ୍ତାରବ୍ନମଙ୍କ ଅଧିଷ୍ଠାନ ଗଢ଼ି ଉଠିଛି । ଖାଲି ସେତିକ ନୁହେଁ, ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଏଠାରେ ମଧ୍ୟ ଆବିର୍ଭାବ ଦିବସ ପାଳିତ ହେଉଛି । ଏଠାରେ ମଧ୍ୟ ଶହ ଶହ ସଂଖ୍ୟାରେ ସଉରା ମହାଜନଙ୍କର ଏହି ଉତ୍ସବ ଅବକାଶରେ ସମାଗମ ହେଉଛି । ଇଚ୍ଛାମୟ ପ୍ରଭୁଙ୍କର ବଳବତୀ ଇଚ୍ଛାହିଁ ରୂପାୟିତ ହେଉଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଏହି କି ଏବେ କିଛି ବର୍ଷ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥ ‘ପତିତପାବନ’ ବେଶରେ ତାଙ୍କର ଡ଼ଙ୍ଗର ଯାତ୍ରା ଅବସରରେ ମତ୍ତାରବ୍ନମଙ୍କ ମହୋତ୍ସବ କାଳରେ ତାଙ୍କରି ଭେଟ ପାଇଁ ମରିଚଗୁଡ଼ାଠାରେ ଯାଇ ବିଜେ ହୁଅନ୍ତି ଏବଂ ତାଙ୍କରି ସାଙ୍ଗରେ ସଉରା ଗାଆଁମାନ ପରିକ୍ରମା କରି ସଉରାଙ୍କ ମଧ୍ୟରେ ଅଜସ୍ର ସ୍ନେହ ଓ ପ୍ରୀତିର ଭାବ ବୁଣି ଦିଅନ୍ତି । ଏହା ଅକ୍ଷୟ ରହୁ । ଉଭୟ ଦେବତାଙ୍କ ନିକଟରେ ଏତିକି ହିଁ ବିନମ୍ର ପ୍ରାର୍ଥନା ।

ନିଶାଣୀମୁଣ୍ଡା

    ସିଏ ଆଦିବାସୀ ହେଉ କି ଅଣଆଦିବାସୀ ହେଉ, ପରଜା ହେଉ କି ମାଳି, ସହରତଳି ଗାଁ ଗହଳିର ଲୋକଟିଏ ସେଇ ବାଟ ଦେଇ ଗଲାବେଳେ ଦଣ୍ଡେ ଠିଆ ହୋଇ ଦଣ୍ଡବତଟିଏ କରେ । ରାସ୍ତାଠାରୁ କିଛି ଦୂରରେ ଝଙ୍କାଳିଆ ଆମ୍ବ ଗଛଟିଏ କେଉଁ କାଳରୁ ସେଇଠି ଠିଆ ହୋଇଛି ଏହି ମହାଦ୍ରୁମଟି କିଏ ଜାଣେ ? ଆଦିବାସୀ ବୁଢ଼ାଏ କହନ୍ତି ସେମାନେ ପିଲାଦିନେ ଏଇ ଗଛ ଏମିତି ଥିବା ଦେଖି ଆସୁଛନ୍ତି । ଏଇ ମହାଦ୍ରୁମ ମୂଳେ ନିଶାଣୀମୁଣ୍ଡାଙ୍କ ଆସ୍ଥାନ । ଶାବର ଶ୍ରୀକ୍ଷେତ୍ରରେ ଅନ୍ୟତମ କ୍ଷେତ୍ରେଶ୍ୱରୀ ପର୍ଣ୍ଣଶବରୀ (ପତର ଶଉରୁଣୀ) ଯେଉଁ ପାଶ୍ୱର୍ରେ ବିଜେ କରିଛନ୍ତି ଠିକ୍‌ ସେଇ ଦିଗରେ ନୀଳଶୈଳରୁ ତଳକୁ ଓହ୍ଲାଇଲେ ରାସ୍ତା (ବିବେକାନନ୍ଦ ମାର୍ଗ)ର ଅପର ପାଶ୍ୱର୍ରେ ଏଇ ଆସ୍ଥାନ । 
    ପର୍ଣ୍ଣ ଶବରୀ ତନ୍ତ୍ରର ଦେବୀ । ମହାକବି ସାରଳାଙ୍କ ମହାଭାରତରେ ପର୍ଣ୍ଣଶବରୀ, ଶବରୀ ନାରାୟଣ ପ୍ରସଙ୍ଗ ଆସେ । ଓଡିଶାର ଆଦିବାସୀ ଶବରଙ୍କ ‘ଶବରୀ ତନ୍ତ୍ର’ରେ ଏହି ଦେବୀଙ୍କ ମହାତ୍ମ୍ୟ ସର୍ବାଧିକ । ଓଡିଶାରେ ଲଳିତା ଉପାସନାର ପରମ୍ପରା ବହୁ ପ୍ରାଚୀନ । ଏହି ପର୍ଣ୍ଣଶବରୀ ଲଳିତାମ୍ବିକେ ରୂପେ ମଧ୍ୟ  ଆରାଧିତା । ବୈଷ୍ଣବମତର ଲଳିତାଙ୍କ ସହ ଏହି ଲଳିତାଙ୍କ ସଂପର୍କ ବିବଦମାନ । ତେବେ ଓଡିଶାରେ ପର୍ଣ୍ଣଶବରୀ ଲଳିତାମ୍ବିକେଙ୍କ ଉପାସନା ଯେ ପ୍ରାଚୀନ ତନ୍ତ୍ରାଶ୍ରୟୀ ଏଥିରେ ଦ୍ୱିମତ ନାହିଁ । ପର୍ଣ୍ଣଶବରୀଙ୍କୁ ଶାବର ଶ୍ରୀକ୍ଷେତ୍ରରେ ଅନ୍ୟତମ କ୍ଷେତ୍ରେଶ୍ୱରୀ ରୂପେ ମାନ୍ୟତା ଦିଆଯାଏ । ବିମଳା, ସରସ୍ୱତୀ ଓ ମହାଲକ୍ଷ୍ମୀଙ୍କ ତୁଲ୍ୟ ଶ୍ରୀଜଗନ୍ନାଥଙ୍କ ପୃଷ୍ଠଦେଶରେ ଶ୍ରୀଲଳିତାମ୍ବିକେ ବିରାଜିତା । 
    ‘ନିଶାଣୀମୁଣ୍ଡା’ ଶବ୍ଦଟି ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ପରଜା ଭାଷା ଓଡ଼ିଆ ଭାଷାର ନିକଟବର୍ତ୍ତୀ । ଏହା ଆର୍ଯ୍ୟଭାଷା ପରିବାରର ଅନ୍ତର୍ଗତ ଏକ ଭାଷା । ଏହି ଭାଷାରେ ବହୁ ସଂସ୍କୃତ ସାଧୁ ଶବ୍ଦର ପ୍ରଚଳନ ପରିଲକ୍ଷିତ ହୁଏ । ‘ନିଶାଣୀ’ ଶବ୍ଦଟି ‘ନିଶାଣ’ -‘ଚିହ୍ନ’ ସଙ୍କେତ ଅର୍ଥରେ ବ୍ୟବହୃତ ଏକ ଶବ୍ଦ । ଗାଁର ଦିଶାରୀ ଗ୍ରାମ ପ୍ରତିଷ୍ଠା ହେବା ଆଗରୁ କେଉଁଠି ଗାଁ ପ୍ରତିଷ୍ଠା ଶୁଭଙ୍କର ହେବ ତାର ସଂକେତ କରି ଦିଅନ୍ତି । ସେହି ସ୍ଥାନରେ ନିଶାଣୀମୁଣ୍ଡାଙ୍କୁ ଥାପି ଦିଅନ୍ତି । ସେଇ ସ୍ଥାନରୁ ମାଟିନେଇ (ଶୁଭ ମନେକରି) ଲୋକେ ନିଜ ନିଜ ଘର ତୋଳାନ୍ତି । ନିଶାଣୀ ମୁଣ୍ଡା ଗାଁ’ର ସର୍ବମାନ୍ୟ ପୀଠ ହୋଇଯାଏ । ବେଳେ ବେଳେ ଗୋଟିଏ ଗାଆଁର ଲୋକ ଯାଇ ପାଖ ପଡ଼ିଶାରେ ଅନ୍ୟ ଗାଆଁ ବସାନ୍ତି । ସମୟକ୍ରମେ ନିଶାଣୀମୁଣ୍ଡା ପାଖ ପଡ଼ିଶା ଗୁଡାଏ ଗାଁର ସର୍ବମାନ୍ୟ ଦେବୀ ହୋଇ ପଡ଼ନ୍ତି । ଏଇ ଦୃଷ୍ଟିରୁ ବିଚାର କଲେ କୋରାପୁଟ ଠାରେ ଯେଉଁ ନିଶାଣୀମୁଣ୍ଡାଙ୍କ ଆସ୍ଥାନ ରହିଛି ତାହା ଆଖପାଖ ବହୁ ଗ୍ରାମବାସୀଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ପୀଠ । 
    ‘ନିଶାଣୀମୁଣ୍ଡା’ଙ୍କ ପ୍ରସଙ୍ଗରେ ଏ ସମସ୍ତ ବିଷୟ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ଏହିକି ଶାବର ଶ୍ରୀକ୍ଷେତ୍ର ସହିତ ନିିଶାଣୀମୁଣ୍ଡାଙ୍କ ବିଧି ନିର୍ଦ୍ଦିଷ୍ଟ ଅପୂର୍ବ ଯୋଗସୂତ୍ର ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା । ମନେ ହୁଏ, ‘ନିଶାଣିମୁଣ୍ଡା’ ହିଁ ସ୍ଥାନୀୟ ସମସ୍ତ ଘଟସୂତ୍ରର କେନ୍ଦ୍ରବିନ୍ଦୁ । କେଉଁ ପ୍ରାଚୀନ କାଳରେ କିଏ ସେହି ଆଦିବାସୀ ଦିଶାରୀ କେଉଁ ଯୋଗରେ ଏଠାରେ ନିଶାଣୀମୁଣ୍ଡାଙ୍କୁ ଥାପିଥିଲା କେଜାଣି ସମୟକ୍ରମେ ଏହି ସ୍ଥାନଟି ବ୍ରିଟିଶ୍‌ ଶାସନ କାଳରେ ଜିଲ୍ଲାର ସଦରମହକୁମା ହୋଇଥିଲା କେବଳ ନୁହେଁ ଭାରତର ଏକ ବିଖ୍ୟାତ ଯୋଜନାର ପ୍ରାଣକେନ୍ଦ୍ର ହୋଇ ଉଠିଲା ଏବଂ ସମୟକ୍ରମେ ଜଗତର ନାଥ ଜଗନ୍ନାଥ ଏହାଙ୍କ ପାଶ୍ୱର୍ରେ ଆସି ନୀଳଶୈଳରେ ବିରାଜମାନ କଲେ । ଶାବର ଶ୍ରକ୍ଷେତ୍ରର ୧ମ ବେଢାରେ ପଶ୍ଚିମ ଦ୍ୱାର (ଅସ୍ଥାୟୀ ଭାବେ ବର୍ତ୍ତମାନ ବନ୍ଦ ଅଛି)ର ଦକ୍ଷିଣ ପାଶ୍ୱର୍ରେ ପର୍ଣ୍ଣଶବରୀଙ୍କ ମନ୍ଦିର । ଏହି ମନ୍ଦିର ନିର୍ମିତ ହେଲାବେଳକୁ ନିଶାଣୀମୁଣ୍ଡାଙ୍କ ସଂପର୍କରେ ସର୍ବ ସାଧାରଣ ଅବଗତ ନଥିଲେ । ପର୍ଣ୍ଣଶବରୀଙ୍କ ପାଶ୍ୱର୍ସ୍ଥ ଦ୍ୱାର ଦେଇ ନୀଳଶୈଳରୁ ଲମ୍ବ ଭାବରେ ଓହ୍ଲାଇ ଆସିଲେ ଅଦୂରରେ ଆଦିବାସୀ ଉପାସିତା ନିଶାଣୀମୁଣ୍ଡାଙ୍କ ଆସ୍ଥାନ । ପର୍ଣ୍ଣଶବରୀ ଓ ନିଶାଣୀମୁଣ୍ଡାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ସତେଯେମିତି ଯଥାସ୍ଥାନରେ ପଶ୍ଚିମ ଦ୍ୱାରଟି ନିର୍ମିତ ହୋଇ     ଯାଇଛି । ଅବଲୀଳା କ୍ରମେ ନିଶାଣୀମୁଣ୍ଡାହିଁ ପ୍ରତୀକାତ୍ମକ ଭାବରେ ପର୍ଣ୍ଣଶବରୀ ରୂପେ ଶ୍ରୀଜଗନ୍ନାଥଙ୍କ ପ୍ରଥମ ବେଢାରେ ଅଧିଷ୍ଠିତା ହୋଇ ଶବର ଆରାଧିତ ଦେବୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ପର୍ଣ୍ଣଶବରୀ ଏବଂ ଦୈବଯୋଗକୁ ତଳକୁ ଓହ୍ଲାଇ ଆସିଲେ ଏ ଖଣ୍ଡର ମଉଡମଣି ଆଦିବାସୀଙ୍କ ପରମ ଆରାଧ୍ୟାଦେବୀ ନିଶାଣୀମୁଣ୍ଡା । 
    ନିଶାଣୀମୁଣ୍ଡାଙ୍କ ଆସ୍ଥାନ ଏକ ମନୋହର ଅଥଚ ନିଭୃତ ପରିବେଶରେ ରହିଛି । ଏହାର ପଶ୍ଚିମ ଓ ଦକ୍ଷିଣ ଦିଗକୁ ଲାଗି ଦୁଇଟି ଅନୁଚ୍ଚ ପାହାଡ ରହିଛି । ଦେବୀଙ୍କ ଆସ୍ଥାନ କହିଲେ ଦୀର୍ଘ ଶାଖା ପ୍ରଶାଖା ଯୁକ୍ତ ପୂର୍ବୋକ୍ତ ବିଶାଳ ଆମ୍ରବୃକ୍ଷ । ଶୁଣାଯାଏ ଏ ବୃକ୍ଷ କଦାପି ବକୁଳଯୁକ୍ତ ହୁଏନି ଏବଂ ଫଳଧାରଣ କରେନି । ବୃକ୍ଷଟିକୁ ଲକ୍ଷ୍ୟକଲେ ଏହା ସାଧାରଣ ଆମ୍ରବୃକ୍ଷ ଠାରୁ ଅନନ୍ୟ ବୋଲି ସ୍ପଷ୍ଟ ବାରିହୁଏ । ବୃକ୍ଷଟି ଚିର ସବୁଜ । ନୂତନ ବୃକ୍ଷର ଭ୍ରମ ସୃଷ୍ଟି କରୁଥିଲେ ହେଁ ଆକାର ଦୃଷ୍ଟିରୁ ଏହା ଏକ ଅତି ପ୍ରାଚୀନ ବୃକ୍ଷ । ଏହାର ପ୍ରାଚୀନତା ସଂପର୍କରେ ବୟସ୍କ ଆଦିବାସୀଙ୍କ ଠାରୁ ଶୁଣାଯାଏ । ଅନାଦିକାଳରୁ ନିଶାଣୀ ମାଆ ଏଠି ଉପାସିତା ହୋଇ ଆସୁଥିବା କଥା ସେମାନେ କହନ୍ତି । ଏହି ଦେବୀଙ୍କର ପୂଜକ କମଳୁ ଦିଶାରୀ କହୁଥିଲେ ତାଙ୍କର ପୂର୍ବ ପୁରୁଷରୁ ସେମାନେ ପୁରୁଷାନୁକ୍ରମିକ ଭାବେ ଦେବୀଙ୍କର ଉପାସନା କରି ଆସୁଛନ୍ତି । ତାଙ୍କର ଉତ୍ତରପୁରୁଷ ମଧ୍ୟ ଦେବୀଙ୍କର ସେବା କରିବେ । 
    ପୂର୍ବେ ଏହି ପବିତ୍ର ପୀଠକୁ ଏକ ସଂକୀର୍ଣ୍ଣ ପାଦଚଲା ରାସ୍ତା ଥିଲା । ୧୯୯୦ ସରିକି ଏହାର ଚତୁଃପାଶ୍ୱର୍ ଜନାକୀର୍ଣ୍ଣ ହୋଇ ପଡିଥିଲେ ହେଁ ଏ ସ୍ଥାନଟି ନାନା ଜାତିର ବନ୍ୟ ବୃକ୍ଷଲତାରେ ଆଚ୍ଛାଦିତ ଏକ ନିଭୃତ ଅଞ୍ଚଳ ଥିଲା । ଏହାର ଅଦୂରରେ ଦକ୍ଷିଣ ଦିଗକୁ ତତ୍‌କାଳୀନ ଦଣ୍ଡକାରଣ୍ୟ ଯୋଜନା କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ଗେଷ୍ଟହାଉସ୍‌ ରହିଛି । ଏହା ଏ ପର୍ଯ୍ୟନ୍ତ ଆଦିବାସୀ ସଂପ୍ରଦାୟର ଏକ ଗୁପ୍ତ ପୂଜାସ୍ଥଳୀରୂପେ ବିବେଚିତ ହେଉଥିଲା । ଏଠାରୁ ପବିତ୍ର ମୃତ୍ତିକା ନେଇ ପାଶ୍ୱର୍ସ୍ଥ ଗ୍ରାମମାନଙ୍କରେ ଦେବୀ ଆସ୍ଥାନମାନ ନିର୍ମିତ ହୁଏ । ଆଦିବାସୀ ପରିବାରରେ ଥିବା ପିଲୁକୁଡି (ଇଶାଣ) ବା ଇଷ୍ଟଦେବୀଙ୍କ ଆସ୍ଥାନ ଏଠାରୁ ମୃତ୍ତିକା ନେଇ ପ୍ରସ୍ତୁତ ହୁଏ । କୋରାପୁଟର ପ୍ରସିଦ୍ଧ ଏବଂ ପ୍ରତ୍ୟକ୍ଷ ବିବେଚିତା ନଗରଦେବୀ ମୁତ୍ୟାଲୁ ମାଆଙ୍କ ଆସ୍ଥାନ ମଧ୍ୟ ଏଠାରୁ ମୃତ୍ତିକାନେଇ ଶୁଭାରମ୍ଭ ହୋଇଥିବା ଜଣାଯାଏ । 
    ଦଣ୍ଡକାରଣ୍ୟ ଯୋଜନା କାର୍ଯ୍ୟକାରୀ ହେବାପରେ ଏ ଆସ୍ଥାନଟି କୌଣସି କୌଣସି ପଦସ୍ଥ କର୍ମଚାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସେମାନେ ଏଠାରେ ଦେବୀଙ୍କ ପାଇଁ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣର କଳ୍ପନା କରିଥିଲେ । କି;ୁ ଜନୈକ କର୍ମଚାରୀ ସ୍ୱପ୍ନାଦ୍ଦିଷ୍ଟ ହୋଇଥିଲେ କି ଦେବୀ ସେଇ ଆମ୍ରବୃକ୍ଷ ତଳେହିଁ ପ୍ରତିଷ୍ଠିତ ହୋଇରହିବେ । ତାଙ୍କ ପାଇଁ ମନ୍ଦିର ନିର୍ମାଣର ଆବଶ୍ୟକତା ନାହିଁ । ତେଣୁ ସେମାନଙ୍କ ମଧ୍ୟରୁ କେହି ଭାବ ବିହ୍ୱଳ ହୋଇଥିବା ଭକ୍ତ ବଟ ଓ ଅଶ୍ୱତ୍‌ଥ ବୃକ୍ଷ ଦୁଇଟି ଦେବୀଙ୍କ ଆସ୍ଥାନ ଠାରୁ ଅଳ୍ପତୂରରେ ଲଗାଇଦେଇ ପରିତୃପ୍ତି ଲାଭ କରିଥିଲେ । କ୍ରମଶଃ ଏହି ବୃକ୍ଷଦ୍ୱୟ ଆଜି ଅଣଆଦିବାସୀଙ୍କର ଉପାସନା ସ୍ଥଳୀରେ ପରିଣତ ହୋଇଛି । ଏପରି ଭାବରେ ଏହି ପରିବେଶଟି ସ୍ୱତଃ ସମନ୍ୱୟଧର୍ମୀ ହୋଇଉଠିଛି । 
    ଆଗରୁ କହିଛି ନିଶାଣୀମୁଣ୍ଡାଙ୍କ ଆସ୍ଥାନ ଗୋଟିଏ ଆମ୍ରବୃକ୍ଷ ମୂଳରେ । ଏଇଠି ଛୋଟବଡ କେତୋଟି ମାତ୍ର ପ୍ରସ୍ତର । ଏମାନେହିଁ ଦେବୀ । ନିତି ଉପାସକଙ୍କ ଦ୍ୱାରା ହଳଦୀ ସିନ୍ଦୂରର ପ୍ରେଲପ ବୋଳି ହୁଅନ୍ତି । ନିତି ଭକ୍ତ ଆସନ୍ତି ଏଠାକୁ । ଅନ୍ୟାନ୍ୟ ପୂଜା ସାମଗ୍ରୀ ସହିତ ବଳି ବି ପଡେ କୁକୁଡା ଅଥବା ମେ„ା ବା ଛେଳି । ଆମ୍ରବୃକ୍ଷମୂଳରେ ସିଝୁଜାତୀୟ ଏକ କଣ୍ଟାଯୁକ୍ତ ବୃକ୍ଷ ମଧ୍ୟ ଏଠି ରହିଛି । ଅତୀତରେ ଦଶହରା ପର୍ବ ପାଳନ କରିବା ପାଇଁ ଏ ଅଞ୍ଚଳର ସମସ୍ତ ଗ୍ରାମରୁ ଗ୍ରାମବାସୀ ନାଚ ଗୀତ ବାଦ୍ୟ ବାଜଣା ସହ ଜୟପୁର ଯାଉଥିଲେ । ଜୟପୁର ରାଜବାଟିରେ ଖୁବ୍‌ ଜାକ ଜମକରେ ଦଶହରା ପାଳିତ  ହେଉଥିଲା । ଜମିଦାରୀ ଉଚ୍ଛେଦ ପରେ ଏସବୁ କାର୍ଯ୍ୟକ୍ରମ ଆପେ ଆପେ ବନ୍ଦ ହୋଇ     ଗଲା । ସେହି ପରମ୍ପରାର ସ୍ମାରକୀ ସ୍ୱରୂପ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ୧୯୯୧ ମସିହାଠାରୁ ନିଶାଣୀମୁଣ୍ଡାଙ୍କ ଆସ୍ଥାନଠାରେ ଦଶହରା ପର୍ବ ପାଳନର ବ୍ୟବସ୍ଥା କରିଛନ୍ତି । ଅଧୁନା ନିଶାଣୀମୁଣ୍ଡାଙ୍କ ଆସ୍ଥାନକୁ ଏକ ପ୍ରାଚୀର ଦ୍ୱାରା ପରିବେଷ୍ଟିତ କରିଦିଆଯାଇଛି । ଆସ୍ଥାନର ପୂର୍ବ ଦିଗସ୍ଥ ପଡିଆଟିକୁ ଦଶହରାପଦା (ପଡିଆ) ନାମରେ ନାମିତ କରାଯାଇଛି । ସମୟକ୍ରମେ ଜିଲ୍ଲା ପ୍ରଶାସନ ଏହାର ପାଶ୍ୱର୍ରେ ମୁକ୍ତ ରଙ୍ଗମଞ୍ଚଟିଏ ନିର୍ମାଣ କରିଛନ୍ତି । ଏହି ମଞ୍ଚରେ ବେଳେ ବେଳେ ଆଦିବାସୀଙ୍କ ନାଚ ଓ ଅନ୍ୟାନ୍ୟ ଆମୋଦ ପ୍ରମୋଦ କାର୍ଯ୍ୟକ୍ରମ ହୁଏ । 
    ଦଶହରା ଆଦିବାସୀମାନଙ୍କର ଅନ୍ୟତମ ମୁଖ୍ୟ ପର୍ବ । ବର୍ତ୍ତମାନ ଦଶହରାଦିନ ପାଶ୍ୱର୍ସ୍ଥ ଗ୍ରାମମାନଙ୍କରୁ ଶହ ଶହ ଆଦିବାସୀ ଆସି ଏଠାରେ ସମାଗମ ହୁଅନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନୀଳଚକ୍ରର ଗୌରିକ ପତାକା ଫର ଫର ହୋଇ ଉଡି ଭକ୍ତଙ୍କୁ ଆହ୍ୱାନ କରୁଥାଏ ଏବଂ ପରମଭକ୍ତ ଆଦିବାସୀମାନେ ସର୍ବାଧିକ ଏ ଆହ୍ୱାନକୁ ଅଙ୍ଗୀକର କରିଥାନ୍ତି । 
    ୧୯୯୧ ମସିହାଠାରୁ ନିଶାଣୀମୁଣ୍ଡାଙ୍କଠାରେ ଦଶହରା ପର୍ବ ପାଳନର ପୁନରୁଦ୍ଧାର କରିବା ଅବକାଶରେ ଶ୍ରୀମନ୍ଦିର ବେଢାସ୍ଥ ଅନ୍ୟତମ କ୍ଷେତ୍ରେଶ୍ୱରୀ ପର୍ଣ୍ଣଶବରୀଙ୍କରଠାରେ ଦିଶାରୀଙ୍କ ଦ୍ୱାରା ସଂପୂର୍ଣ୍ଣ ଆଦିବାସୀ ରୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୁଏ । ଦଶହରା ପୂର୍ବରୁ ମନ୍ଦିର ପରିଚାଳନା ସଂସ୍ଥା ତରଫରୁ ନିକଟସ୍ଥସମସ୍ତ ଆଦିବାସୀ ଗ୍ରାମମାନଙ୍କର ମୁଖ୍ୟ (ନାୟକ)ମାନଙ୍କ ନିକଟକୁ ନିମନ୍ତ୍ରଣ  ଯାଏ । ସେମାନେ ପାରମ୍ପରିକ ପୋଷାକ ପରିଧାନ କରି ଧନୁଶର, ଖଣ୍ଡା, ଫାର୍ସା, ଟାଙ୍ଗିଆ ଇତ୍ୟାଦି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବାଦ୍ୟବାଜଣା ଓ ନୃତ୍ୟଗୀତ ସହ ନିଜ ନିଜ ଗ୍ରାମର ଦେବୀଙ୍କଠାରୁ ଲାଠି (ଏକ ମୋଟା ଏବଂ ସୁଦୀର୍ଘ ସଳଖ ବାଉଁଶଦଣ୍ଡ ଯାହାର ଉଚ୍ଚତା ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ହୋଇ      ଥାଏ । ଏହାର ଅଗ୍ରଭାଗରେ କଳା, ଲାଲ ଅଥବା ହଳଦିଆ ରଙ୍ଗର ତ୍ରିକୋଣାକାର ପତାକା ଶୋଭା ପାଉଥାଏ । ଦଣ୍ଡର ମଝିରେ ଘଣ୍ଟି ଓ ରଙ୍ଗବେଙ୍ଗର କନା ବନ୍ଧାଯାଇ ସିନ୍ଦୂର ବୋଳାଯାଇଥାଏ । ଏହି ବାଉଁଶ ଦଣ୍ଡକୁ ଗ୍ରାମଦେବୀଙ୍କ ପ୍ରତୀକରୂପେ ଗ୍ରହଣ       କରାଯାଏ ।) ନେଇ ଆସନ୍ତି । ଲାଠିସହ ଯାତ୍ରାକାଳରେ ଗୁରୁମାଈମାନେ ଭାବବିଭୋର ହୋଇ ନୃତ୍ୟ କରୁଥିବା ଦେଖାଯାଏ । ଗୋଡରେ ରୂପାର ବଳା ପାହୁଡ, ଝୁଣ୍ଟିଆ, ହାତରେ ଖଡୁ, ତାଡ, ବାହୁରେ ବାଜୁବନ୍ଧ, ହାତ ଆଙ୍ଗୁଠିରେ ରୂପାଟଙ୍କା ଖଞ୍ଜା ମୁଦି, ଅଣ୍ଟାରେ ପାତିଆ, ବେକରେ ରୂପା ଟଙ୍କାର ମାଳ, ରୂପା ବଳୟ ଆଦି ଭୂଷଣ ପିନ୍ଧି, ପିନ୍ଧା ବସ୍ତ୍ରକୁ ମଜବୁତ କରି ବାନ୍ଧି, ବାଳ ମୁକୁଳା କରି ହାତରେ ମୟୂରପୁଚ୍ଛ ଧରି ଏମାନେ ବାଦ୍ୟର ତାଳେ ତାଳେ ନାଚୁଥାନ୍ତି । ଏମାନଙ୍କ ମଧ୍ୟରେ ଉଭୟ ବୃଦ୍ଧା ଓ ଯୁବତୀ ଥାଆନ୍ତି । ଏମାନେ ଏପରି ବିଭୋର ହୋଇଥାନ୍ତି ଯେ ଏମାନେ ଦେବୀଙ୍କ ଦ୍ୱାରା ଆବିଷ୍ଟ ହୋଇଥିବା କୁହାଯାଏ । 
    ପାଶ୍ୱର୍ଗ୍ରାମମାନଙ୍କରୁ ଆଗତ ଲାଠିମାନଙ୍କୁ ସିଂହଦ୍ୱାର ନିକଟରେ ବରଣ କରି ନିଆଯାଏ । ସେମାନେ ବାଇଶି ପାବଚ୍ଛ ଅତିକ୍ରମ କରି ଲାଠି ଦେବତାଙ୍କ ସହ ମନ୍ଦିର ବେଢା ପରିକ୍ରମା କଲାପରେ ଗରୁଡସ୍ତମ୍ଭ ନିକଟରେ ଲାଠିଗୁଡିକ ରଖିଦେଇ ବଡଠାକୁରଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରନ୍ତି । ଆଦିମ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନରେ ମନ୍ଦିର ଗମ୍ଭୀରାପୁଲକିତ ହୋଇଉଠେ । ତାପରେ ସେମାନେ ବିମଳାଙ୍କୁ ଦର୍ଶନ କରି ପର୍ଣ୍ଣଶବରୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚନ୍ତି । ଏତିକିବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସି ପହଞ୍ଚେ । ପର୍ଣ୍ଣଶବରୀଙ୍କ ବିଜେ ପ୍ରତିମା ଏକ ସୁସଜ୍ଜିତ ବିମାନରେ ବିଜେ କରନ୍ତି । ଚାରିଜଣ ଆଦିବାସୀ ବିମାନକୁ ବୋହି ନିଅନ୍ତି । ବିମାନର ଉଭୟ ପାଶ୍ୱର୍ରେ ଉଭୟ ଶ୍ରୀମନ୍ଦିରର ମୁଖ୍ୟପୂଜକ ତଥା ଆଦିବାସୀ ଦିଶାରୀ ରହନ୍ତି । ଆଗରେ ଖଣ୍ଡାଧାରୀ ଦୁଇଜଣ ବ୍ୟକ୍ତି (ନିଶାଣୀମୁଣ୍ଡା ଓ ପର୍ଣ୍ଣଶବରୀଙ୍କ ଖଣ୍ଡା) ଯାଉଥାନ୍ତି । ଶୋଭା ଯାତ୍ରା ମନ୍ଦିରରୁ ଓହ୍ଲାଏ । ସର୍ବାଗ୍ରେ ନୃତ୍ୟଗୀତ ବାଦ୍ୟର ଶୋଭାଯାତ୍ରା, ତା ପଛକୁ ବିଭିନ୍ନ ଗ୍ରାମରୁ ଆଗତ ଲାଠି ଏବଂ ସବ ପଛରେ ପର୍ଣ୍ଣଶବରୀଙ୍କ ବିମାନ  ଚାଲେ । ସାରାସହର ପରିକ୍ରମା କରି ଶୋଭାଯାତ୍ରା ଶେଷରେ ପହଞ୍ଚେ ନିଶାଣୀମୁଣ୍ଡାଙ୍କ ପାଖରେ । ଉଭୟ ଦେବୀଙ୍କର ଭେଟ ହୁଏ । ସେଠାରେ ଆଦିବାସୀଙ୍କରଏକ ବିରାଟ ସମାବେଶ ହୋଇଥାଏ । ଗୁରୁମାଈମାନେ ନୃତ୍ୟ ସହ ତାଙ୍କରି ଭାଷାରେ ନାନା ଗୀତ ଗାଉଥାନ୍ତି । ମେଳଣ ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ଚାଲେ । ଅତୀତରେ ଜୟପୁର ଦଶହରା ପଦାରେ ରାଜାଙ୍କ ଅମଳରେ ଆଦିବାସୀଙ୍କର ଲାଖବିନ୍ଧା ପ୍ରତିଯୋଗିତା ହେଉଥିଲା । ଏକ ବାଉଁଶ ଦଣ୍ଡ ପୋତି ଦିଆଯାଉଥିଲା ଏବଂ ଏହାର ଅଗ୍ରଭାଗରେ ବାଇଗଣଟିଏ ଖଞ୍ଜି ଦିଆଯାଉଥିଲା । ଏହି ବାଇଗଣକୁ ଲକ୍ଷ୍ୟକରି ପ୍ରତିଯୋଗୀକୁ ଲାଖ ବିନ୍ଧିବାକୁ ପଡୁଥିଲା । (କବିଶେଖର ଚିନ୍ତାମଣି ମହାନ୍ତିଙ୍କ ଜୟପୁର ପୁସ୍ତକ ଦ୍ରଷ୍ଟବ୍ୟ) ଏହାର ସ୍ମାରକୀ ସ୍ୱରୂପ ନିଶାଣୀମୁଣ୍ଡାଙ୍କ ଆସ୍ଥାନ ନିକଟସ୍ଥ ଦଶହରା ପଦାରେ ଆଦିବାସୀ ଯୁବକଙ୍କ ମଧ୍ୟରେ ପୂର୍ବୋକ୍ତ ରୀତିରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏହି ପ୍ରତିଯୋଗିତା ଅତୀବ ଆକର୍ଷଣୀୟ ହୋଇ  ଉଠେ । ଏହାପରେ ରାତି ଘନେଇ ଆସେ । ଆରମ୍ଭ ହୁଏ ନାଚ ଗୀତର ଆସର । ଆଦିବାସୀ ନାଟ ଦଳ ଆସି  ଥାଆନ୍ତି । ସାରାରାତି ନାଟ ଜମେ । 
    ମେଳଣ ଶେଷହୁଏ । ପର୍ଣ୍ଣଶବରୀ ଆପଣା ମନ୍ଦିରକୁ ବାହୁଡା ବିଜେ କରନ୍ତି । ପ୍ରଥମେ ଦେବୀ ଗରୁଡ ସ୍ତମ୍ଭ ପାଖରେ ରହି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ତାଙ୍କରି ଆଜ୍ଞା ପ୍ରାପ୍ତ ହେଲାପରେ ଯାଇ ଆପଣାର ମନ୍ଦିରରେ ପ୍ରବେଶ କରନ୍ତି । ରାତି ପାହିଯାଇଥାଏ । ଜନ ସମାଗମ କ୍ରମଶଃ କମି କମି ନିଶାଣୀମୁଣ୍ଡାଙ୍କ ଆସ୍ଥାନ ପୂର୍ବପରି ଜନଶୂନ୍ୟ ହୋଇଯାଏ । ପୁନରପି ଦୈନନ୍ଦିନ ଗୁପ୍ତ ପୂଜାପାଇଁ ଦେବୀ ଅପେକ୍ଷାରତ ରହନ୍ତି, ତାଙ୍କର ଅଗଣିତ ଭକ୍ତଙ୍କୁ । 
    

ମାନବ ସଂଗ୍ରହାଳୟ

    ସାଂପ୍ରତିକ କାଳରେ ବୈଜ୍ଞାନିକ ଗବେଷଣା, ଶିକ୍ଷା ଏବଂ କଳା ଓ ସଂସ୍କୃତିର ସଂରକ୍ଷଣ କରିବାରେ ମାନବ ସଂଗ୍ରହାଳୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏପରି ସଂଗ୍ରହାଳୟ ଉଭୟ ଅଶିକ୍ଷିତ ଓ ଶିକ୍ଷିତ ବୁଦ୍ଧିଜୀବୀଙ୍କ ପାଇଁ ଉପାଦେୟ । ଏହି ଦୃଷ୍ଟିରୁ କୋରାପୁଟ ଠାରେ ପ୍ରତିଷ୍ଠିତ ମାନବ ସଂଗ୍ରହାଳୟ ଏ ଅଞ୍ଚଳର ଜନଜୀବନର କଳା, କାରୁକାର୍ଯ୍ୟ, ସଂଗୀତ, ନୃତ୍ୟ ତଥା ଅନ୍ୟାନ୍ୟ ସାଂସ୍କୃତିକ ବିଭବକୁ ସଂରକ୍ଷଣ କରିବାରେ ବହୁ ଦିନରୁ ଅନୁଭୂତ ଏକ ଆବଶ୍ୟକତାକୁ ପୂରଣ କରିପାରିଛି । ଭୁବନେଶ୍ୱରସ୍ଥ ରାଜ୍ୟ ସଂଗ୍ରହାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବକାଶରେ ୧୯୮୫ ମସିହାରେ ଯେଉଁସବୁ ଆଲୋଚନା ଓ ପରାମର୍ଶ ଉପସ୍ଥାପିତ ହୋଇଥିଲା ତାର ପ୍ରଭାବ ଓ ପରିଣତି ସ୍ୱରୂପ ଉକ୍ତ ସଂଗ୍ରହାଳୟ ଏକ କ୍ଷୁଦ୍ର ଉଦ୍ୟମ । ମାନବ ସଂଗ୍ରହାଳୟ ପରିଷଦ ନାମରେ ଏକ ସ୍ୱାବଲମ୍ବୀ ସଂସ୍ଥା ଗଠନ କରାଯାଇ ସୋସାଇଟି ରେଜିଷ୍ଟ୍ରସନ୍‌ ଆକଫ (ଅcଟ୍ଟ XXଔ ଞ୍ଚଜ ୧୮୬୦) ଅନୁଯାୟୀ ଏହା ପଞ୍ଜୀକୃତ ହୋଇଥିଲା । ପଞ୍ଜୀକରଣ ନଂ. କୋରାପୁଟ ୬୮୦-୫୦/୧୯୯୧-୯୨ ଅନୁସାରେ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଏହାର କାର୍ଯ୍ୟାଳୟ ରହିଛି ।
    ଉକ୍ତ ସଂଗ୍ରହାଳୟଟି ୨୦ ଜଣ ସଦସ୍ୟ ବିଶିଷ୍ଟ ଏକ ପରିଷଦ ଦ୍ୱାରା ପରିଚାଳିତ ଏବଂ ଏମାନଙ୍କ ମଧ୍ୟରୁ କୋରାପୁଟ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ୧୭ ଜଣ ସରକାରୀ ପଦାଧିକାରୀ ବ୍ୟକ୍ତି । ୨୬,୯୬୧ ବର୍ଗ କିଲୋମିଟର ଭୌଗୋଳିକ ଆୟତନ ବିଶିଷ୍ଟ ଅବିଭକ୍ତ କୋରାପୁଟ ଜିଲ୍ଲା । ସମଗ୍ର ରାଜ୍ୟର ୧୭.୩୦ ପ୍ରତିଶତ ଅଞ୍ଚଳ ପରିମିତ ଭୂଭାଗ ଏହାର ଅନ୍ତର୍ଗତ । ଏହି ଅବିଭକ୍ତ ଜିଲ୍ଲାରେ ଆଦିବାସୀଙ୍କ ସଂଖ୍ୟା ୫୫ ଲକ୍ଷ ଏବଂ ପ୍ରାୟ ୧୫ ପ୍ରକାରର ମୁଖ୍ୟ ଆଦିମ ଗୋଷ୍ଠୀ ଏହି ଅଞ୍ଚଳରେ ବସବାସ କରନ୍ତି । ସାରା ଜିଲ୍ଲାଟିକୁ ଅନୁସୂଚିତ ଅଞ୍ଚଳରୂପେ ଘୋଷଣା କରାଯାଇଛି ଯାହା ସମଗ୍ର ରାଜ୍ୟର ଅନୁସୂଚିତ ଅଞ୍ଚଳର ୩୯.୪୦ ପ୍ରତିଶତ ମାତ୍ର । ଜିଲ୍ଲାର ପ୍ରମୁଖ ଉଚ୍ଚ ମାଳାଞ୍ଚଳମାନଙ୍କରେ ଆଦିବାସୀଙ୍କ ସର୍ବାଧିକ ଜନସମ୍ପ୍ରଦାୟ ବସବାସ କରିଥାନ୍ତି । ଏମାନଙ୍କର ପ୍ରାଚୀନ ପ୍ରଥାପରମ୍ପରା ଓ ସାଂସ୍କୃତିକ ରୀତିନୀତି ଅତ୍ୟାଧୁନିକତାର ପ୍ରଭାବରେ ଦ୍ରୁତବେଗରେ ଅବକ୍ଷୟର ସମ୍ମୁଖୀନ । ଏହାର ଏକ ସଂକଟଜନକ ପରିସ୍ଥିତିରେ ଏହି ‘ମାନବ ସଂଗ୍ରହାଳୟ’ ତୁଲ୍ୟ ଅନୁଷ୍ଠାନ ହିଁ ରକ୍ଷାକବଚ ରୂପେ ଆଦିମ ପ୍ରଥା ପରମ୍ପରା ଓ ସଂସ୍କୃତିକୁ ସୁରକ୍ଷା ଦେଇ ପାରିବ ।
୪.    ଭାରତବର୍ଷରେ ଏପରି ମାନବ ସଂଗ୍ରହାଳୟର ସଂଖ୍ୟା ଅତିନୂ୍ୟନ । କୋରାପୁଟ ଠାରେ ଏପରି ଏକ ସଂଗ୍ରହାଳୟର ପ୍ରତିଷ୍ଠା ଦ୍ୱାରା ବହୁ ଦର୍ଶକ ଆକୃଷ୍ଟ ହେଉଛନ୍ତି ଏବଂ ମୁଖ୍ୟତଃ ବିଦ୍ୱାନ, ବିଶେଷଜ୍ଞ, ଗବେଷକମାନଙ୍କର ଏହାଦ୍ୱାରା ପ୍ରଭୁତ ଉପକାର ସାଧିତ ହୁଏ । ଆଦିମ ଅଧିବାସୀଙ୍କ ଜୀବନଚର୍ଯ୍ୟା, ସାଂସ୍କୃତିକ ଧାରା ଓ ସାମାଜିକ ବିଧି ବ୍ୟବସ୍ଥାକୁ ଅନୁଧ୍ୟାନ ଓ ଅଧ୍ୟୟନ କରିବାରେ ବିଶେଷ ସହାୟକହେବ । ଦୁର୍ଗମତା କାରଣରୁ ଏହି ଅଞ୍ଚଳରେ ପରିକ୍ରମା ସହଜ ନୁହେ । ଅତଏବ ଏହି ଅଞ୍ଚଳର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏହି ସଂଗ୍ରହାଳୟ ଆଦିବାସୀଙ୍କ ଜୀବନଚକ୍ର, ଜୀବନଶୈଳୀ ସଂପର୍କରେ ପ୍ରତ୍ୟକ୍ଷ ଏବଂ ଚାକ୍ଷୁଷ ସୂଚନା ପ୍ରଦାନ କରିବାର ଏକ ଅଭିନବ ଉଦ୍ୟମ । ଭବିଷ୍ୟତରେ ଏହାର ଶାଖାନୁଷ୍ଠାନ ସ୍ୱରୂପ ରାୟଗଡା, ନବରଙ୍ଗପୁର, ମାଲକାନଗିରି, ଗୁଣପୁର ପାରଳାଖେମୁଣ୍ଡି ଓ ଫୁଲବାଣୀ ଠାରେ ଅନୁରୂପ ସଂଗ୍ରହାଳୟମାନ ସ୍ଥାପନ କରିବାର ପରିକଳ୍ପନା ରହିଛି ।
୫.    ଏହି ସଂଗ୍ରହାଳୟଟି କୋଟସ୍‌(ଈକ୍ସଅTଗ) ନାମକ ଏକ ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା କେନ୍ଦ୍ର (ଈଞ୍ଚଫnciଝ ଞ୍ଚଜ ଅnଚ୍ଚଝyଟ୍ଟicଚ୍ଚଝ Triଚ୍ଛଚ୍ଚଝ ଗଟ୍ଟଫଛieଟ) ର ସନ୍ନିକଟବର୍ତ୍ତୀ ସ୍ଥାନରେ ଏହାର ଅବସ୍ଥିତି ଏହାର ଉପଯୋଗିତାକୁ ବହୁଗୁଣିତ କରିଦେଇଛି । ଉଭୟ ସଂସ୍ଥାସହ ସଂଲଗ୍ନ ଗ୍ରନ୍ଥାକାର ଦୁଇଟି ବିଶେଷଜ୍ଞ ମାନଙ୍କ ସକାଶେ ଆଦିବାସୀ ସଂସ୍କୃତି ଏବଂ ତତ୍‌ ସମ୍ପର୍କିତ ବିଶେଷ ଅଧ୍ୟୟନରେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରେ ।
୬.    ସଂଯୋଗ ବଶତଃ ଏହି ସଂଗ୍ରହାଳୟଟି ଏହି ଅଞ୍ଚଳର ସର୍ବାଧିକ ପ୍ରାଚୀନ ସୌଧରେ ପ୍ରତିଷ୍ଠିତ । ବି୍ରଟିଶ ଶାସନ କାଳରେ ଉନବିଂଶ ଶତକର ଶେଷ ଭାଗରେ ଟି.ଡ଼ି.ଏଲ୍‌.ଏ (Teଚ୍ଚ ଉiଟଟ୍ଟricଟ୍ଟ କଚ୍ଚଚ୍ଛଞ୍ଚଫr ଅଟଟଞ୍ଚciଚ୍ଚଟ୍ଟiଞ୍ଚn) ନାମକ ଏକ ସଂସ୍ଥା ଏହି ସୌଧଟି ନିର୍ମାଣ କରିଥିଲେ ଏବଂ ସମୟକ୍ରମେ ଦଣ୍ଡକାରଣ୍ୟ ଯୋଜନା କତ୍ତୃପକ୍ଷ ଏହାର ମୁଖ୍ୟ ପ୍ରଶାସକଙ୍କ ବାସଗୃହ ରୂପେ ବ୍ୟବହାର କରିବା ପାଇଁ ଏହି ସୌଧଟି କ୍ରୟ କରିଥିଲେ । ଦଣ୍ଡକାରଣ୍ୟ ଯୋଜନାର ପରିସମାପ୍ତି ପରେ ୨.୦୪୦ ଏକର ଆୟତନ ଉପରେ ଗଢ଼ି ଉଠିଥିବା ଏହି ସୌଧଟି ସଂଗ୍ରହାଳୟ ସ୍ଥାପନ ପାଇଁ ହସ୍ତାନ୍ତରିତ ହୋଇଥିଲା । ସେତେବେଳର ପତନମୁଖୀ ଏହି ସୌଧଟିରେ ଆବଶ୍ୟକୀୟ ମରାମତି କରାଯାଇ ବର୍ତ୍ତମାନର ସଂଗ୍ରହାଳୟ ଉପଯୋଗୀ କରାଯାଇଛି । ଏହାର ଚତୁର୍ପାଶ୍ୱରେ ବିଶାଳକାୟ ଦ୍ରୁମମାନ ରହିଛି । ଏପରି ଏକ ଦ୍ରୁମ ପଡିଯାଇ ସୌଧର ବହୁଳାଂଶ ଭାଙ୍ଗି ପଡ଼ିଥିଲା । ଏହାର ସମଗ୍ର ଛାତରୁ ପାଣି ଗଳୁଥିଲା । ଫଳରେ କାନ୍ଥଗୁଡ଼ିକ ଓଦା ହୋଇ ରହୁଥିଲା, ଅନେକ ସ୍ଥଳରେ ପଲସ୍ତରା ଝଡି ପଡ଼ିଥିଲା । ଶ୍ରୀଜଗନ୍ନାଥ ମନ୍ଦିରର କେତେକ ସେ୍ୱଚ୍ଛାସେବୀଙ୍କ ଉଦ୍ୟମ ତଥା ମନ୍ଦିର କର୍ତ୍ତୁପକ୍ଷଙ୍କ ଅର୍ଥ ଓ ନିର୍ମାଣ ସରଞ୍ଜାମ ନେଇ ସହଯୋଗ ର ହାତ ବଢ଼ାଇବା ଫଳରେ ଉକ୍ତ ସୌଧଟି ସଂଗ୍ରହାଳୟ ପାଇଁ ବ୍ୟବହାର ଉପଯୋଗୀ ହୋଇ ଠିଆ ହୋଇ ପାରିଲା ।
୭.    ସଂଗ୍ରହାଳୟରେ ସନ୍ନିବେଶିତ ବସ୍ତୁଗୁଡ଼ିକୁ ସଂଗ୍ରହ କରିବାରେ କୋରାପୁଟ ଜିଲ୍ଲା ପ୍ରଶାସନ, ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟକ୍ତି ବିଶେଷ ତଥା ଆନୁଷ୍ଠାନ ଏହି ପରିଷଦକୁ ବହୁଧା ସାହାଯ୍ୟ କରିଛନ୍ତି । ଆଦିବାସୀଙ୍କ ପୋଷାକ ପରିଛଦ, ଅଳଙ୍କାର, କୃଷି ଉପକରଣ, ଅସ୍ତ୍ରଶସ୍ତ୍ର, ମସି୍ୟ ଧରିବରେ ବ୍ୟବହୃତ ଉପକରଣ, ବାଦ୍ୟଯନ୍ତ୍ର, ହସ୍ତକର୍ମ ଓ କାରିଗରି କୌଶଳରୁ ତିଆରି ବସ୍ତୁ, ଅରଣ୍ୟଜାତ ପଦାର୍ଥ, ବଣ୍ୟ ବୃକ୍ଷଲତାର ନମୁନା, ଖଣିଜ ଓ ଭୂତତ୍ତ୍ୱ ସଂପର୍କିତ ପଦାର୍ଥମାନ ଅତି ଅଳ୍ପ ସମୟ ମଧ୍ୟରେ ଅନେକଙ୍କର ଉଦ୍ୟମରୁ ସଂଗୃହୀତ ହୋଇ ପାରିଛି ।
୮.    ସଂଗ୍ରହାଳୟରେ ଯେଉଁ କେତେଜଣ ସେ୍ୱଚ୍ଛାସେବୀ ନିରନ୍ତର କର୍ମରତ ସେମାନଙ୍କର ଆନ୍ତରିକତାହିଁ ଏହାକୁ ରୂପ ଦେଇଛି । ନାଁ’କୁ ମାତ୍ର କେତେକଙ୍କୁ କିଛି ପାରିତୋଷିକ ଦିଆ ଯାଇଥାଏ । ସଂଗ୍ରହାଳୟର ଆର୍ଥିକ ପରିସ୍ଥିତି ଦୃଢ଼ ହେଲାପରେ ଏମାନେ ହୁଏତ କିଛି କିଛି ଚଳିଲାଭଳି ପାଇ ପାରିବେ ।
୯.    ୧୯୯୨ ମସିହାର ସାଧାରଣତନ୍ତ୍ର ଦିବସରେ (୨୬-୦୧-୧୯୯୨) ଆନୁଷ୍ଠାନିକ ଭାବେ ସଂଗ୍ରହାଳୟଟି ଉଦ୍‌ଘାଟିତ ହୋଇଥିଲା । ସେଇ ସମୟରେ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲାଭଳି ବସ୍ତୁ ଯଥେଷ୍ଟ ନଥିଲା । ପୁଣି ସୌଧର ମରାମତି, ଏହାର ସମ୍ମୁଖଭାଗର ସଜ୍ଜୀକରଣ, ଭିତରେ ବିଭିନ୍ନ ପ୍ରକୋଷ୍ଠରେ ବସ୍ତୁମାନଙ୍କର ପ୍ରଦର୍ଶନ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଥିଲା । ତେଣୁ ସର୍ବ ସାଧାରଣଙ୍କ ପରିଦର୍ଶନ ପାଇଁ ସେତେବେଳେ ଏହାକୁ ଉନ୍ମୁକ୍ତ ରଖିବା ସମ୍ଭବ ନଥିଲା । ପ୍ରାଥମିକ ପରିକଳ୍ପନାମାନ ରୂପାୟିତ ହୋଇ ସାରିଲାପରେ ପ୍ରାୟ ବର୍ଷେପରେ ତା ୦୯-୦୧-୧୯୯୩ ରିଖ ଦିନ ଓଡ଼ିଶାର ତତ୍‌କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ । ସେଇ ଦିନଠାରୁ କେବଳ ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତଦିନ ସର୍ବସାଧାରଣଙ୍କ ପାଇଁ ସଂଗ୍ରହାଳୟ ଉନ୍ମୁକ୍ତ ରହେ ।
୧୦.    ଏବେ ଯେଉଁଭଳି ଭାବରେ ସଂଗ୍ରହାଳୟରେ ବସ୍ତୁ ଗୁଡ଼ିକର ସଜ୍ଜୀକରଣ ଓ ଉପସ୍ଥାପନା ସଂପୂର୍ଣ୍ଣରୂପେ ସାମୟିକ ଏବଂ ପରୀକ୍ଷାମୂଳକ ଭାବେ କରାଯାଇଛି । ଯଥାଯଥା ଭାବରେ, ସଂଗ୍ରହାଳୟର ବିଧି ବିଧାନ ଅନୁକ୍ରମେ ବସ୍ତୁ ଗୁଡ଼ିକୁ ସଜାଇବା ଆଜିବି ସଂଭବପର ହୋଇ ପାରିନାହିଁ । ସ୍ଥାନାଭାବ, କର୍ମଚାରୀ ଅଭାବ ଓ ସର୍ବୋପରି ଅର୍ଥାଭାବ ଏହାର କାରଣ । ସଂପ୍ରତି ନିମ୍ନଲିଖିତ ବିଭାଗୀ କରଣ ଅନୁଯାୟୀ ଏହି ସଂଗ୍ରହାଳୟରେ ବିଭିନ୍ନ ବସ୍ତୁ ପ୍ରଦର୍ଶିତ ହୋଇଛି ।
    (କ) ନୃତାତ୍ତ୍ୱିକ (ଖ) ପ୍ରାକୃତିକ ଇତିହାସ (ଗ) ବନ୍ୟପ୍ରାଣୀ ଓ ବଣ୍ୟଜାତ (ଘ) ଖଣି ଓ ଭୂତତ୍ତ୍ୱ (ଙ ) ପୁସ୍ତକାଗାର (ଚ) ଖାଦ୍ୟାଭ୍ୟାସ ଓ ଜୀବନ ଧାରା (ଛ) କର୍ମକର୍ମାଣି (ଜ) ବାସସ୍ଥଳୀ (ଝ) ଭୌଗୋଳିକ ସଂରଚନା (n) କ୍ଷୁଦ୍ର ଚିଡ଼ିଆ     ଖାନା ।
୧୧)    ୮୫ ଫୁଟ ଲମ୍ବ ଏବଂ ୭୫ ଫୁଟ ଚଉଡ଼ା ଏକ ତ୍ରିପାଶ୍ୱର୍ ବିଶିଷ୍ଟ କୋରାପୁଟ ଅଞ୍ଚଳର ସ୍ଥଳାକୃତିକ ମାନଚିତ୍ର ପ୍ରସ୍ତୁତ କରାଯାଇଛି ଯହିଁରେ ଏହି ଅଞ୍ଚଳର ନଈ, ପର୍ବତ, ବନ୍ଧ, ଜଳଭଣ୍ଡାର, ଅରଣ୍ୟ, ଖଣି, ମୁଖ୍ୟ ସହର ଓ ଗ୍ରାମ, ରେଳପଥ, ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପ୍ରଦର୍ଶିତ ହୋଇଛି । ଏଥିରେ କେବଳ ଆବଶ୍ୟକୀୟ ରଙ୍ଗଦେବା କାମ ବାକି ପଡ଼ିଛି । ଏହି ମାନଚିତ୍ରଟି ପ୍ରସ୍ତୁତ କରିବାରେ ଓଡ଼ିଶା ସରକାରଙ୍କ ଖଣି ଓ ଭୂତତ୍ତ୍ୱ ବିଭାଗ ବୈଷୟିକ କୌଶଳ ଯୋଗାଇ ସହଯୋଗ କରିଛନ୍ତି । ଏହାର ଚତୁଃପାଶ୍ୱର୍ରେ ଦର୍ଶକଙ୍କ ବସିବା ପାଇଁ ମଞ୍ଚ ଏବଂ ସଂପୂର୍ଣ୍ଣରୂପେ ଚଉଦିଗରୁ ଏହାକୁ ନିରୀକ୍ଷଣ କରିବାର ସୁବିଧା ସକାଶେ ଏକ ସେତୁ ନିର୍ମାଣ ଜରୁରୀ ହୋଇ ପଡ଼ିଛି ।
୧୨.    ସଂଗ୍ରହାଳୟରେ ଏପର୍ଯ୍ୟନ୍ତ ଯାହାସବୁ ପୋଷାକ, ଅଳଙ୍କାର, କୃଷି ଉପକରଣ, ଯୁଦ୍ଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, କଳାକୃତି, କାରିଗରି କୁଟିକାମ, ସଂଗୀତ ଯନ୍ତ୍ର, ପ୍ରତ୍ନତାତ୍ତ୍ୱିକ ପଦାର୍ଥ ଇତ୍ୟାଦି ସଂଗ୍ରହ କରାଯାଇଛି ତାହା ଅତି ଅଳ୍ପ । ସଂଗ୍ରହାଳୟଟିକୁ ସ୍ୱୟଂ ସଂପୂର୍ଣ୍ଣ କରିବାକୁ ହେଲେ ଏହି ଅଞ୍ଚଳରୁ ଏପରି ବହୁ ପଦାର୍ଥ ସଂଗ୍ରହ କରିବାକୁ ହେବ ।
୧୩.    ଆଦିବାସୀ ସଂସ୍କୃତି ଓ ପ୍ରଚଳିତ ପ୍ରଥା ଉପରେ ପର୍ଯ୍ୟବସିତ ଲୋକକଥା ଓ ଲୋକ ଗୀତ ଗୁଡ଼ିକୁ ସଂଗ୍ରହ କରି ସଂରକ୍ଷଣ କରିବାକୁ ହେବ । ଏହା ଏକ ଦୁରୂହ ବ୍ୟାପାର ଏବଂ ଏଥିପାଇଁ ସଂପୃକ୍ତ ଲୋକଙ୍କର ସାହାଯ୍ୟ ଆବଶ୍ୟକ ।
୧୪.    ଶିଶୁମାନଙ୍କୁ ଶିକ୍ଷାରେ ସହାୟକ ହେବ ବୋଲି ଏବଂ ଦର୍ଶକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟ ଏକ କ୍ଷୁଦ୍ର ଚିଡ଼ିଆଖାନା ମଧ୍ୟ ଏହି ସଂଗ୍ରହାଳୟ ସହିତ ସଂଲଗ୍ନ ଅଛି । ଦେଖାଯାଉଛି ଆମର ସୀମିତ ସମ୍ବଳରେ ପଶୁପକ୍ଷୀଙ୍କ ଯତ୍ନନେଇ ନିର୍ଦ୍ଧାରିତ ଆଇନ ଅନୁଯାୟୀ ଚିଡ଼ିଆଖାନାର ପରିଚାଳନା ବସ୍ତୁତଃ ସହଜ ନୁହେ ।
୧୫.    ଏବେ ସଂଗ୍ରହାଳୟର ପୂର୍ବ ଓ ପଶ୍ଚିମ ପାଶ୍ୱର୍ରେ ଅରଣ୍ୟଭିତ୍ତିକ ଅନ୍ୟଏକ ମଞ୍ଚ ପ୍ରସ୍ତୁତ କରାଯାଉଛି ।
୧୬.    ସଂଗ୍ରହାଳୟର ବସ୍ତୁ ଗୁଡ଼ିକର ସଂରକ୍ଷଣ ପାଇଁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ତଥା ବିଭିନ୍ନ ରାସାୟନିକ ପଦାର୍ଥ       ଆବଶ୍ୟକ । ତେଣୁ ଏହା ସହିତ ଏକ ଲେବୋରେଟରୀ ସଂଲଗ୍ନ ରହିବା ଜରୁରୀ । ଏଥି ସହିତ ସମସ୍ତ ବସ୍ତୁର ପଞ୍ଜୀକରଣ ମଧ୍ୟ ଆବଶ୍ୟକ । ଏହି କାର୍ଯ୍ୟ ସଂପାଦନ ପାଇଁ ସ୍ୱତନ୍ତ୍ର ଏକ ପ୍ରକୋଷ୍ଟର ଆବଶ୍ୟକତା ମଧ୍ୟ ରହିଛି ।
୧୭.    ସଂଗ୍ରହାଳୟର ନିଜସ୍ୱ ଏକ ଗ୍ରନ୍ଥାଗାର ରହିଛି ଯହିଁରେ ଆଦିବାସୀ ସଂପର୍କିତ ଗ୍ରନ୍ଥ, ନୃତତ୍ତ୍ୱ, ସମାଜବିଜ୍ଞାନ, ଇତିହାସ, ସଂସ୍କୃତି ଇତ୍ୟାଦି ବିଷୟକ ଗ୍ରନ୍ଥମାନ ରହିଛି । ଜାତୀୟ ଅଭିଲେଖାଗାରଙ୍କ ପ୍ରକାଶନ ତଥା କଳା ଓ ସଂସ୍କୃତି ବିଷୟକ ବହୁ ଗ୍ରନ୍ଥ ସଂଗ୍ରହାଳୟର ଗ୍ରନ୍ଥାଗାରକୁ ସମୃଦ୍ଧ କରିବା ପାଇଁ ଦରକାର ପଡୁଛି ।
୧୮.    ସଂଗ୍ରହାଳୟଟିର ସୁପରିଚାଳନା ପାଇଁ ଯଥେଷ୍ଟ ସଂଖ୍ୟକ କର୍ମଚାରୀ ଆବଶ୍ୟକ । ଜଣେ ଦୁଇଜଣ ସେ୍ୱଚ୍ଛାସେବୀଙ୍କ ଉଦ୍ୟମରେ ଏଯାବତ୍‌ ସଂଗ୍ରହାଳୟଟି ପରିଚାଳିତ ହୋଇ       ଆସିଛି । ବିଧିବଦ୍ଧ କୁଶଳୀ ଓ ଅଣକୁଶଳୀ ଉଭୟ ପ୍ରକାରର କର୍ମଚାରୀ ରହିଲେ ବୈଜ୍ଞାନିକ ରୀତିରେ ସଂଗ୍ରହାଳୟର ବସ୍ତୁଗୁଡ଼ିକର ସଜ୍ଜୀକରଣ, ସଂରକ୍ଷଣ ହୋଇ ପାରନ୍ତା । ଏଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ । ସରକାରୀ ସୂତ୍ରରୁ ବାର୍ଷିକ ଅନୁଦାନ କିଛି ଯଦି ନିୟମିତ ମିଳନ୍ତା ତେବେ ଏହାର ପରିଚାଳନା ସୁଗମ ହୋଇ ପାରନ୍ତା । ବର୍ଷକୁ ଅନୁ୍ୟନ ୩ ଲକ୍ଷ ଟଙ୍କା ଏଥିପାଇଁ ଆବଶ୍ୟକ ହେବ ବୋଲି ଅଟକଳ କରାଯାଇଛି ।
୧୯.    କୋରାପୁଟ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏପରି ଏକ ନୃତାତ୍ତ୍ୱିକ ସଂଗ୍ରହାଳୟର ଅଭିବୃଦ୍ଧି ସାଧନ ଅତ୍ୟନ୍ତ ଜରୁରୀ । ସୀମିତ ସମ୍ବଳକୁ ନେଇ ଏପରି ଏକ ସଂଗ୍ରହାଳୟର ପରିକଳ୍ପନା ନିଶ୍ଚୟ ସମୟୋପଯୋଗୀ । ଏପର୍ଯ୍ୟନ୍ତ ଏଥି ନିମିତ୍ତ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହା ଯଥେଷ୍ଟ ନହେଲେ ମଧ୍ୟ ବିନା ଅନୁଦାନରେ ଏହାକୁ ଦୃଢ଼ କରିବା ପାଇଁ ଉଦ୍ୟମ ନିଶ୍ଚିତ ରୂପେ ଦୁଃସାହସିକ ।
୨୦.    ଏହି ସଂଗ୍ରହାଳୟଟିର ଉପଯୋଗିତାକୁ ଅସ୍ୱୀକାର କରିହେବ ନାହିଁ । ପରୋକ୍ଷରେ ଏହା ସରକାରୀ ଉଦ୍ୟମର ପରିପୂରକ ମାତ୍ର । କାରଣ ଆଦିବାସୀ ଅଞ୍ଚଳର ସଂସ୍କୃତିର ସୁରକ୍ଷା ପ୍ରଶାସନର ଅନ୍ୟତମ ଦାୟିତ୍ୱ । ଅତଏବ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତଥା ବିଭିନ୍ନ ବେସରକାରୀ ସଂସ୍ଥା ଅର୍ଥ ଅନୁଦାନ ଦ୍ୱାରା ଏହି ଅନୁଷ୍ଠାନଟିକୁ ଋଦ୍ଧିମନ୍ତ କରିବାରେ ଆଗ୍ରହ ପ୍ରକାଶ କରିବା କଥା । ଆର୍ଥିକ ସହଯୋଗ ପାଇଲେ ଅନୁଷ୍ଠାନଟି ତାର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହୋଇ ପାରିବ । ସରକାରୀ କର୍ତ୍ତୃପକ୍ଷ ଶ୍ରଦ୍ଧାର ସହିତ ଏପରି ଏକ ସାଧୁ ଉଦ୍ୟମରେ ସହଯୋଗ କରିବେ ବୋଲି ଆଶା କରାଯାଏ । ଆଦିବାସୀ ସଂସ୍କୃତିରେ ଭରପୂର ଏହି ଅଞ୍ଚଳରେ ପରିବେଶ ପର୍ଯ୍ୟଟନ ପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି । ଏହି ସଂଗ୍ରହାଳୟଟି ଏ ଦିଗରେ ଏକ ପ୍ରାରମ୍ଭିକ ପଦକ୍ଷେପ କହିଲେ ଅତୁ୍ୟକ୍ତି ହେବ ନାହିଁ ।
୨୧.    ସୁଖର କଥା, ନିକଟରେ କିଛି ସରକାରୀ ଅନୁଦାନ ହସ୍ତଗତ ହୋଇଛି । ଏହାର ବିନିଯୋଗରେ ପୂର୍ବୋକ୍ତ ସୌଧଟିକୁ ପୂର୍ବବତ ରଖି ତାହାର ତିନିପାଶ୍ୱର୍ରେ ପ୍ରାୟ ୪୫୦୦ ବର୍ଗଫୁଟ ପରିମିତ ଅଧିକ ସ୍ଥାନରେ ଗୃହ ନିର୍ମାଣ କରି ଏହା ସହିତ ସଂଲଗ୍ନ କରା  ଯାଉଛି । ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ଖୁବ୍‌ ଶ୍ରୀଘ୍ର ଏହା ପୂର୍ଣ୍ଣାଙ୍ଗ ହୋଇଯିବ ବୋଲି ଆଶା କରାଯାଏ । ଏହା ପରେ ଏହି ପ୍ରକୋଷ୍ଠ ଗୁଡ଼ିକରେ ବସ୍ତୁ ଗୁଡ଼ିକୁ ସନ୍ନିବେଶିତ କରିବା ପାଇଁ ପଦକ୍ଷେପ ନିଆଯିବ । ଓଡ଼ିଶାର ବହୁ ପ୍ରତିଷ୍ଠିତ ପ୍ରତ୍ନତତ୍ତ୍ୱବିଦ୍‌ ତଥା ସଂଗ୍ରହାଳୟ ସହ ସଂପୃକ୍ତ ପଣ୍ଡିତଙ୍କ ପରାମର୍ଶ ନିଆ ଯାଉଛି । ତେବେ ବସ୍ତୁ ସଂଗ୍ରହ ବର୍ତ୍ତମାନ ସୁଦ୍ଧା ଏକ ଦୁଃସାଧ୍ୟ ବ୍ୟାପାର । ଜନସାଧାରଣଙ୍କ ସହଯୋଗ ବ୍ୟତିରେକେ ଏହା ସମ୍ଭବ ନୁହେଁ । ଅନୁରୋଧ ଜନସାଧାରଣ ଏ ଦିଗରେ ଯଥାଶକ୍ତି ସହଯୋଗ କରିବେ ।        
-୦-

 

ଶାବର ସଂସ୍କୃତି ଗବେଷଣା କେନ୍ଦ୍ର

    ଶ୍ରୀଜଗନ୍ନାଥ ମହାପ୍ରଭୁ ପରଂବ୍ରହ୍‌ ପୁରୁଷୋତ୍ତମ ରୂପେ ଅଗଣିତ ଜନମାନସର ପରମ ଆରାଧ୍ୟ ଦେବତା । ସେ ପୁଣି ଉତ୍କଳର ସରଳ ସାମ୍ୟ ସମନ୍ୱୟ ପରମ୍ପରାର ପ୍ରତୀକ । ଯଥାର୍ଥରେ ସେ ଉତ୍କଳର ଗଣଦେବତା । ଉତ୍କଳର ସାମାଜିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ସାଂସ୍କୃତିକ ପଟ୍ଟଭୂମିରେ ଶ୍ରୀଜଗନ୍ନାଥ ହିଁ ସର୍ବମାନ୍ୟ ପ୍ରତିଭୂ । ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶାର ପରିଚୟ- ଇଏ ଜଗନ୍ନାଥ ଦେଶ । ଏହାର ଧର୍ମ ଜଗନ୍ନାଥ ଧର୍ମ, ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି । ସଂସ୍କୃତି ଏକ ବ୍ୟାପକ ବିଚାର । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି କଥା କହିଲାବେଳେ ଗୋଟାଏ ଜାତିର ବହୁମୁଖୀ ଦିଗନ୍ତ ଉନ୍ମୁକ୍ତ ହୋଇଯାଏ । ପୁଣି କୁହାଯାଏ ଓଡ଼ିଶାର ସଂସ୍କୃତି ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଏ ଭୂମିର ପ୍ରାଚୀନ ଶାବର ସଂସ୍କୃତି ଦ୍ୱାରା ପରିପୁଷ୍ଟ । ଏହି ପରିପ୍ରେକ୍ଷୀରେ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଅଧିଷ୍ଠାନ ସ୍ୱତନ୍ତ୍ର ତାତ୍ପର୍ଯ୍ୟ ବହନ କରେ । ଆଦିମ ଶବର ଗୋଷ୍ଠୀଙ୍କ ଅଧ୍ୟୁଷିତ ଏହି ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବହୁ ପରିକଳ୍ପନାର ସମାହାରରେ ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପ । ଏହି ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଶ୍ରୀଜଗନ୍ନାଥ ଏକମାତ୍ର ଅବଲମ୍ବନ ।
    ଶବର ଅଧ୍ୟୁଷିତ ଏହି ଅଞ୍ଚଳର ଋଦ୍ଧିମନ୍ତ ପ୍ରାଚୀନ ଐତିହ୍ୟକୁ ଦୃଷ୍ଟିରେ ରଖି ଶାବର ଶ୍ରୀକ୍ଷେତ୍ରରେ କ୍ଷେତ୍ରାଧିପ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପରେ ପରେ ‘ଶାବର ସଂସ୍କୃତି ଗବେଷଣା କେନ୍ଦ୍ର’ ନାମରେ ଏକ ସ୍ୱାବଲମ୍ବୀ ସଂସ୍ଥାର ପରିକଳ୍ପନା କରାଯାଇଥିଲା । ୧୯୮୪ ମସିହାରେ ଓଡ଼ିଶାର ତତ୍‌କାଳୀନ ରାଜ୍ୟପାଳ ଡକଫର ବିଶ୍ୱମ୍ବର ନାଥ ପାଣ୍ଡେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସେହି ସମୟରେ କେତେକ ବଦାନ୍ୟ ବ୍ୟକ୍ତିଙ୍କର ଅକୁଣ୍ଠ ଦାନରୁ କ୍ଷୁଦ୍ର ହେଲେହେଁ ଦୁର୍ମୂଲ୍ୟ ଗ୍ରନ୍ଥ ସମ୍ବଳିତ ଗ୍ରନ୍ଥାଗାର ଏହା ସହିତ ସଂଲଗ୍ନ କରାଯାଇଥିଲା । ଏଇ କିଛି ବର୍ଷ ମଧ୍ୟରେ ଦାନ ସୂତ୍ରରୁ କିଛି ଗ୍ରନ୍ଥ ସଂଗୃହୀତ ହୋଇଛି ଓ କିଛି ଗ୍ରନ୍ଥ କ୍ରୟ କରାଯାଇ ଗ୍ରନ୍ଥାଗାରରେ ସନ୍ନିବେଶିତ ହୋଇଛି । ମନ୍ଦିର ସଂଲଗ୍ନ ଏକ କ୍ଷୁଦ୍ର ପ୍ରକୋଷ୍ଠରେ ଏହି ଗବେଷଣା କେନ୍ଦ୍ରଟିକୁ ସ୍ଥାନିତ କରାଯାଇଥିଲା । ଏହାକୁ ଏକ ପୂର୍ଣ୍ଣାଙ୍ଗରୂପ ଦେବାର ପରିକଳ୍ପନା ଏଯାବତ୍‌ ରୂପାୟିତ ହୋଇ ପାରି ନଥିଲା । ତଥାପି ରାଜ୍ୟରୁ ବହୁ ବିଶେଷଜ୍ଞ, ଗବେଷକ ବିଶେଷ କରି ରାଜ୍ୟ ତଥା ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଏହି କେନ୍ଦ୍ରରେ ପହଞ୍ଚି କୋରାପୁଟର ଆଦିବାସୀ ସଂସ୍କୃତି ସଂପର୍କରେ ଅଧ୍ୟୟନ କରି ଏହି ଗ୍ରନ୍ଥାଗାରର ସଦୁପଯୋଗ କରି ଆସୁଛନ୍ତି । ଏହି ଗ୍ରନ୍ଥାଗାରରେ ଆଦିବାସୀ ସଂପର୍କିତ ଗ୍ରନ୍ଥାବଳୀ ବ୍ୟତୀତ, ନୃତତ୍ତ୍ୱ, ସମାଜତତ୍ତ୍ୱ, ବୈଦିକ ସାହିତ୍ୟ, ପୁରାଣ ସାହିତ୍ୟ, ଆୟୁର୍ବେଦ. କର୍ମକାଣ୍ଡ ଆଦି ପ୍ରାଚ୍ୟ ବିଦ୍ୟାର ଗ୍ରନ୍ଥ ସମୂହ, ଅତ୍ୟାଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ଆଦି ବହୁ ବିଭାଗର ଜ୍ଞାନ ବିଜ୍ଞାନ ସଂମ୍ବଳିତ ଗ୍ରନ୍ଥ ରହିଛି; କି;ୁ ଗବେଷଣାକେନ୍ଦ୍ର ପାଇଁ ଯେଉଁ ସବୁ ଗ୍ରନ୍ଥ ଯେତେ ପରିମାଣରେ ଆବଶ୍ୟକ ତାହା ସଂଗ୍ରହ କରିବା ଏଯାବତ୍‌ ସମ୍ଭବ ହୋଇପାରି ନାହିଁ । ଏଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ, ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ।
    ୧୯୭୨ ମସିହାଠାରୁ ସାମୟିକ ଭାବେ ଏହି କେନ୍ଦ୍ରର ମୁଖପତ୍ର ସ୍ୱରୂପ ‘ଶାବର ଶ୍ରୀକ୍ଷେତ୍ର’ ନାମରେ ଏକ ପତି୍ରକା ପ୍ରକାଶ ପାଉଥିଲା । ୧୯୯୪ ମସିହା ଠାରୁ ଏହା ମାସିକ ପତି୍ରକା ରୂପେ ବିଧିବଦ୍ଧ ପ୍ରକାଶିତ ହୋଇ ବହୁ ବିଦ୍ୱାନଙ୍କର ଦୃଷ୍ଟି ଆକର୍ଷଣ କରି  ଥିଲା । ଶାବର ସଂସ୍କୃତିର ଗବେଷକଗଣଙ୍କ ପାଇଁ ଏହାର ଉପାଦେୟତା ସତ୍ତେ୍ୱ ଆର୍ଥିକ ଅନାଟନ ଭିତରେ ଏହାକୁ ବେଶିକାଳ ଆଗେଇ ନେବା ସମ୍ଭବପର ହୋଇ ନଥିଲା । ୧୯୯୯ ମସିହା ଠାରୁ ଏହାର ପ୍ରକାଶନ ବନ୍ଦ ହୋଇ ଯାଇଥିଲା । ସଂପ୍ରତି ଏହା ‘ଶାବର ଶ୍ରୀକ୍ଷେତ୍ର ସମାଚାର’ ଏକ ନୂଆ ନାମ ଧରି ପ୍ରକାଶ ପାଇ ଆସୁଛି । ଶ୍ରଦ୍ଧାଳୁ ପାଠକମାନଙ୍କ ସଦ୍ଦିଚ୍ଛାକୁ ସମ୍ବଳ କରି ଏହା ଦ୍ୱିତୀୟବର୍ଷ ଶେଷ କରିବାକୁ ଯାଉଛି ।
    ଶାବର ଶ୍ରୀକ୍ଷେତ୍ରରେ କାର୍ତ୍ତିକମାସଟି ଉସିବମୁଖର ଯେ ହୁଏ ସେତିକି ନୁହେ, ଏଇମାସରେ ନୂଆକିଛି ଯୋଜନା ହାତକୁ ନିଆଯାଏ । ଏହା ବେଳେ ବେଳେ ବିଧି ନିର୍ଦ୍ଦିଷ୍ଟ ପରି ମନେହୁଏ । ସଂଯୋଗବଶତଃ ଏହି ବର୍ଷର ନୂଆଯୋଜନା ହେଲା ‘ଶାବର ସଂସ୍କୃତି ଗବେଷଣା କେନ୍ଦ୍ର’ ନିର୍ମାଣର ଶୁଭାରମ୍ଭ । ଶ୍ରୀଜଗନ୍ନାଥ ବିଜେ କରିଥିବା ‘ନୀଳଶୈଳ’ ଉପରକୁ ଗାଡିଯିବା ପାଇଁ ପଡ଼ିଥିବା ପିଚୁ ରାସ୍ତାର ବାମ ପାଶ୍ୱର୍ରେ ଥିବା ଢ଼ାଲୁ ସ୍ଥାନରେ ଏହି ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଦୁଇ ମହଲା ବିଶିଷ୍ଟ ଏକ ସୁଦୃଶ ସୌଧରୂପେ ଏହି ଆଧ୍ୟାତ୍ମିକ ପରିବେଶର ଶୋଭାବର୍ଦ୍ଧନ କରିବ । ଏଥିରେ ଅତ୍ୟାଧୁନିକ ରୀତିରେ ଗ୍ରନ୍ଥାଗାରର ପୁସ୍ତକାବଳୀର ସଜ୍ଜୀକରଣ ବ୍ୟବସ୍ଥାସହ ଏକାଧିକ ପ୍ରକୋଷ୍ଠ ବିଶିଷ୍ଟ ଗ୍ରନ୍ଥାଗାର ଏବଂ ଅଧ୍ୟୟନ ପ୍ରକୋଷ୍ଠ ଓ ସେମିନାର ଗୃହ ସନ୍ନିବେଶିତ ହେବ ।
    ଏହି ଅନୁଷ୍ଠାନଟି ବାସ୍ତବରେ ଅବିଭକ୍ତ କୋରାପୁଟ ଅଞ୍ଚଳ ତଥା ଆମ ରାଜ୍ୟର ଏକ ପ୍ରମୁଖ ଗବେଷଣାକେନ୍ଦ୍ର ରୂପେ ପ୍ରତିଷ୍ଠା ଅର୍ଜନ କରିବ । ବିଦ୍ୱାନ ମାନଙ୍କର ଜ୍ଞାନ ପିପାସାର ପରିତୃପ୍ତି ସହ ଗବେଷକମାନଙ୍କୁ ଏହା ଦିଗଦର୍ଶନ ଦେଇ ଉଦ୍‌ବୋଧିତ      କରିବ । ସଂପ୍ରତି ଏହା ସହିତ ସଂଲଗ୍ନ ଗ୍ରନ୍ଥାଗାରରେ ବିଭିନ୍ନ ବିଭାଗର ଗ୍ରନ୍ଥ ସମ୍ପର୍କରେସୂଚନା ଦିଆ ଯାଇଛି । କି;ୁ ପ୍ରତ୍ୟେକ ବିଭାଗରେ ଯୁଗୋପଯୋଗୀ ଆହୁରି ବହୁ ଗ୍ରନ୍ଥର ଆବଶ୍ୟକତା ରହିଛି । ଏହି ଗବେଷଣା କେନ୍ଦ୍ରର ନିର୍ମାଣ ପାଇଁ ଏବଂ ଏଥିସହିତ ସଂଲଗ୍ନ ଗ୍ରନ୍ଥାଗାରକୁ ଯୁଗୋପଯୋଗୀ ରୂପ ଦେବା ପାଇଁ ବିପୁଳ ଅର୍ଥ ଅବଶ୍ୟକ । ସରକାରୀ ଅନୁଦାନ ତଥା ବେସରକାରୀ ଉଦ୍ୟମ, ଜନସାଧାରଣଙ୍କର ସଦ୍ଦିଚ୍ଛା ଓ ସହଯୋଗରେ ହିଁ ଏହାକୁ ପୂର୍ଣ୍ଣାଙ୍ଗରୂପ ଦେଇହେବ । ଗବେଷଣା କେନ୍ଦ୍ର ପାଇଁ ସ୍ୱତନ୍ତ୍ର କେହି କର୍ମଚାରୀ ନାହାନ୍ତି । ଏହା ସଂପୂର୍ଣ୍ଣରୂପେ ସେ୍ୱଚ୍ଛାସେବୀଙ୍କ ଦ୍ୱାରା        ପରିଚାଳିତ । ରାଜ୍ୟସରକାର ତଥା କେନ୍ଦ୍ରସରକାର ବାର୍ଷିକ କିଛି ଅନୁଦାନର ବ୍ୟବସ୍ଥା କଲେ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରାଯାଇ ପାରିବ । ଅନ୍ତତଃ ଗ୍ରନ୍ଥଗୁଡ଼ିକର ସଂରକ୍ଷଣ ପାଇଁ କିଛି କର୍ମଚାରୀ ନିହାତି ଦରକାର ।
    ଗବେଷଣା କେନ୍ଦ୍ର କଥା ଚିନ୍ତା କଲାବେଳେ ସେତେବେଳର ବଦାନ୍ୟବ୍ୟକ୍ତି ମନକୁ ଆସନ୍ତି । ମୁଣ୍ଡ ସ୍ୱତଃ ଅବନତ ହୋଇଯାଏ । ଏବେ ମଧ୍ୟ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଘରେ ପିଢ଼ି ପିଢ଼ି ଧରି ବହୁ ଦୁର୍ମୂଲ୍ୟ ଦୁଷ୍ପ୍ରାପ୍ୟ ଗ୍ରନ୍ଥ ରହିଛି । ସେଗୁଡ଼ିକୁ ସେମାନେ ଯଦି ଏହି ଗବେଷଣାକେନ୍ଦ୍ରକୁ ଦାନ କରନ୍ତେ ତେବେ ଗ୍ରନ୍ଥଗୁଡ଼ିକର ସଦ୍‌ ବିନିଯୋଗ ହୋଇ ପାରନ୍ତା । କେନ୍ଦ୍ର କର୍ତ୍ତୃପକ୍ଷ ଦାନସୂତ୍ରରେ ତାକୁ ଗ୍ରହଣ କରି ରସିଦ ଦିଅନ୍ତେ ଏବଂ ସେମାନଙ୍କର ଦାନକୁ ଲିପିବଦ୍ଧ କରି ରଖନ୍ତେ । ସ୍ୱଳ୍ପ ମୂଲ୍ୟରେ ଗ୍ରନ୍ଥଗୁଡ଼ିକ ବିକ୍ରୟ କଲେ ମଧ୍ୟ କେନ୍ଦ୍ର ସେଗୁଡ଼ିକୁ କିଣିବା ପାଇଁ ପ୍ରସ୍ତୁତ ଅଛି । ଏହି ଅବକାଶରେ ଜନସାଧାରଣଙ୍କୁ ଅନୁରୋଧ ସେମାନେ “ସଂପାଦକ, ଶ୍ରୀଜଗନ୍ନାଥ ମନ୍ଦିର, ଶାବର ଶ୍ରୀକ୍ଷେତ୍ର, କୋରାପୁଟ- ୭୬୪ ୦୨୦’’ ଠିକଣାରେ ଦୟାକରି ଯୋଗାଯୋଗ କରିବେ ।
    ଗବେଷଣା କେନ୍ଦ୍ରର ନିର୍ମାଣପାଇଁ ତଥା ଗ୍ରନ୍ଥ କ୍ରୟ ପାଇଁ ଆଲମିରା ଭଳି ଉପକରଣ ଦାନ ସୂତ୍ରରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଗ୍ରହଣ କରାଯିବ । ପ୍ରତ୍ୟେକ ସ୍ଥଳରେ ରସିଦ ସହ ପ୍ରାପ୍ତି ସ୍ୱୀକାର କରାଯିବ । ଶ୍ରଦ୍ଧାଳୁଙ୍କ ମନରେ ଧାରଣା ଜନ୍ମାଇବା ପାଇଁ ଶାବର ସଂସ୍କୃତି ଗବେଷଣା କେନ୍ଦ୍ରର ନକସା ସହ ଏହାର ସାମ୍ଭାବ୍ୟ ରୂପ ଏହି ପତ୍ରିକାରେ ପ୍ରଦତ୍ତ ହୋଇଛି । ‘ ଶାବର ସଂସ୍କୃତି ଗବେଷଣାକେନ୍ଦ୍ର’ ବହୁ ଆଶା ଓ ଆକାଙ୍‌କ୍ଷାକୁ ନେଇ ପରିକଳ୍ପିତ । ଏହାକୁ ପୂର୍ଣ୍ଣାଙ୍ଗରୂପ ଦେବା ଆପଣଙ୍କ ସଦ୍ଦିଚ୍ଛା ଓ ସହଯୋଗକୁ ଅପେକ୍ଷା କରେ ।
-*-

ଶାବର ଶ୍ରୀକ୍ଷେତ୍ରରେ ବିଜେ ଦେବଦେବୀ

    ସଂପ୍ରତି ଶାବର ଶ୍ରୀକ୍ଷେତ୍ରକୁ ପ୍ରତିଦିନ ଶହ ଶହ ଭକ୍ତ ଆସୁଛନ୍ତି । କ୍ଷେତ୍ରାଧିପ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାଙ୍ଗକୁ ଏ କ୍ଷେତ୍ରରେ ସଂପୂର୍ଣ୍ଣ ପରିକ୍ରମା କଲେ ଦିବ୍ୟ ଆନନ୍ଦ ହୃଦୟରେ ଭରିଯାଏ । ଭାରତବର୍ଷର ତଥା ଉତ୍କଳଖଣ୍ଡର ବହୁ ପ୍ରସିଦ୍ଧ କ୍ଷେତ୍ରର ଦେବଦେବୀଙ୍କୁ ଏକତ୍ର ଦର୍ଶନ କରିବାର ସୁଯୋଗ ଏ କ୍ଷେତ୍ରର ବð୍ୟଶିଷ୍ଟ୍ୟ ।
    ଶାବର ଶ୍ରୀକ୍ଷେତ୍ରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପ୍ରକଳ୍ପକୁ ପୂର୍ବଦିଗରୁ ନିର୍ମିତ ହୋଇଥିବା ପାହାଚ ଅଥବା ପଶ୍ଚିମଦିଗରୁ ଲମ୍ବିଥିବା ପିଚୁରାସ୍ତାରେ ଆସିବାକୁ ହୁଏ । ପିଚୁରାସ୍ତା ଓ ପାହାଚର ସନ୍ଧିସ୍ଥଳରୁ ଏ କ୍ଷେତ୍ରର ପରିକ୍ରମା ଆରମ୍ଭ କରନ୍ତି ଭକ୍ତମାନେ । ଶାବର ଶ୍ରୀକ୍ଷେତ୍ରରେ ତିନୋଟି ବେଢା ରହିଛି । ପ୍ରଥମ ବେଢା ବା ଉପରବେଢା, ୨ୟବେଢା ବା ମଝିବେଢା, ତୃତୀୟ ବେଢା ବା ତଳବେଢା । ଯାତ୍ରୀ ପ୍ରଥମେ ଉପରୋକ୍ତ ସନ୍ଧିସ୍ଥଳରେ ପହଞ୍ଚୁ ପହଞ୍ଚୁ ସମ୍ମୁଖରେ ପଡ଼େ ନଳକୂପ । ଏଠାରେ ଗୋଡ଼ ହାତ ମୁହଁ ଧୋଇ ଉତ୍ତର ଦିଗକୁ ମୁହଁ କରି ଠିଆ ହେଲେ ବାମ ପାଖରେ ବାଟଗଣେଶ ଅଛନ୍ତି । ସେଠାକୁ ଯାଇ ଭକ୍ତ ତାଙ୍କର ଦର୍ଶନ ସର୍ବ ପ୍ରଥମେ କରି ପାରିବେ । ତାପରେ ପୂର୍ବ ପଟରେ ସୋପାନଶ୍ରେଣୀ ଦେଇ ତଳବେଢାକୁ   ଓହ୍ଲାଇବାକୁ ହୁଏ । 
    ତଳବେଢା (ପୂର୍ବଦିଗକୁ)ରେ ପ୍ରଥମେ ସିଦ୍ଧ ମହାବୀରଙ୍କ ଦର୍ଶନ କରି କ୍ରମାନ୍ୱୟରେ ଶ୍ରୀବଳଦେବ ଜୀଉ, 
ନୀଳମାଧବ, ଅଲାରନାଥ, ରଘୁନାଥ, ଅନନ୍ତ ବାସୁଦେବ, ବରାହନାଥ, ମାର୍ଜାରକେଶରୀ ନୃସିଂହନାଥ, ବିରଞ୍ଚିନାରାୟଣ, କ୍ଷୀରଚୋରା ଗୋପିନାଥ, ମହାବିନାୟକ, ଲଡୁବାବା, ଆଖଣ୍ଡଳମଣି, ଗୋକର୍ଣ୍ଣେଶ୍ୱର, ଗୁପ୍ତେଶ୍ୱର, ବିରୁପାକ୍ଷ, ଚନ୍ଦ୍ରଶେଖର, ଲିଙ୍ଗରାଜ, ତାରାତାରିଣୀ, ପାଟଣେଶ୍ୱରୀ, ଅର୍ଦ୍ଧାଶନୀ, ସିଦ୍ଧଭୈରବୀ, ନାରାୟଣୀ, ସାରଳା, ଭଟ୍ଟାରିକା, ସାମଲାଇ, ହିଙ୍ଗୁଳା, ତାରିଣୀ, କୀଚକେଶ୍ୱରୀ, ଭଗବତୀ, ମଙ୍ଗଳା, ଚର୍ଚ୍ଚିକା, କଟକଚଣ୍ଡୀ, ବ୍ୟାଘ୍ରଦେବୀ, ମାଣିକେଶ୍ୱରୀ ଓ ସୁବର୍ଣ୍ଣମେରୁଙ୍କୁ ଦର୍ଶନରେ ୩ୟବେଢାର ପରିକ୍ରମା ଶେଷ ହୁଏ । ଏ ସମସ୍ତ ଦେବଦେବୀ ଉତ୍କଳ
ଖଣ୍ଡର । ଭକ୍ତ ଯଥାରୀତି ଦେବତାଙ୍କ ସମ୍ମୁଖରେ ଠିଆ ହୋଇ ଧ୍ୟାନ କରିପାରନ୍ତି । ସମସ୍ତ ଦେବଦେୀଙ୍କ ସ୍ୱତନ୍ତ୍ର ଧ୍ୟାନ ମାନ ରହିଛି । 
    ଏହାପରେ ପୁଣି ପାଉଛ ଉଠି ଆସିଲେ ସମ୍ମୁଖରେ ଭାଗବତ ଘର । ଏଠାରେ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କ ଦାରୁ ବିଗ୍ରହ ବିଜେ କରିଛନ୍ତି । ତାଙ୍କର ଦର୍ଶନ କରିସାରି ୨ୟ ବେଢା ଆଡକୁ ଉଠିଥିବା ପାହାଚ ଦେଇ ଅଗ୍ରସର ହେବାକୁ ହୁଏ । ସମ୍ମୁଖରେ ସିଂହଦ୍ୱାର । ସିଂହଦ୍ୱାରରେ ପହଞ୍ଚିଲେ ବାମ ପାଶ୍ୱର୍ରେ ଶାବର ଶ୍ରୀକ୍ଷେତ୍ର ସୂଚନା କେନ୍ଦ୍ର । ଏହାର ପାଶ୍ୱର୍ଦେଇ ବାମ ଦିଗରେ ପ୍ରବେଶ କଲେ ୨ୟ ବେଢାରେ ପହଞ୍ଚିବାକୁ ହୁଏ । ଏହି ବେଢ଼ାର ପ୍ରାରମ୍ଭରେ ଶବରେଶ୍ୱର ମହାଦେବଙ୍କ ମନ୍ଦିର । ଏଠାରେ ମହାଦେବଙ୍କ ବାଣଲିଙ୍ଗ ଦର୍ଶନ କରି କ୍ରମାନ୍ନୟରେ ଶ୍ରୀଅମରନାଥ,
 କେଦାରନାଥ, ବୈଷ୍ଣୋବେଦୀ, ପଶୁପତିନାଥ, ବ୍ରହ୍ମକୁଣ୍ଡ ଓ ନାରାୟଣୀ ଶିଳା, ପୃଥ୍ୱୀଶ୍ୱର, ଶ୍ରୀଗୋବିନ୍ଦଜୀଉ, ଶ୍ରୀକୃଷ୍ଣ (ବାଳଗୋପାଳ), ଶ୍ରୀଭୂତନାଥ, ପ୍ରୟାଗ ରାଜେଶ୍ୱର, ବ୍ରହ୍ମଶିଳା, କାଶୀବିଶ୍ୱନାଥ, ବିରଜା, କାଳୀ, କାମାକ୍ଷୀଙ୍କୁ ଦର୍ଶନ କରି ଗାୟତ୍ରୀ ଯଜ୍ଞବେଦୀଠାରେ ପହଞ୍ଚିବାକୁ ହୁଏ । ଏହି ଯଜ୍ଞ ସ୍ଥଳୀର ଉଭୟ ପାଶ୍ୱର୍ରେ ଭକ୍ତମାନଙ୍କର ପ୍ରସାଦ ସେବନ ପାଇଁ ପ୍ରଶସ୍ତ କ୍ଷେତ୍ର      ରହିଛି । ଶାବର ଶ୍ରୀକ୍ଷେତ୍ରରେ ଏହା ‘ଆନନ୍ଦ ବଜାର’ । (ଅନ୍ୟ ଏକ ଆନନ୍ଦ ବଜାର- ୨ୟ ବେଢ଼ାର ପଛ ପଟକୁ ରହିଛି) ଏଠାରେ ଉତ୍କଳୀୟ ରୀତିରେ ଅଙ୍କାଯାଇଥିବା ଝୋଟି ଓ ଚିତାମାନଙ୍କର ଭିତ୍ତିଚିତ୍ର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରେ । ଗାୟତ୍ରୀ ଦେବୀଙ୍କୁ ଦର୍ଶନ କରି ଡାହାଣ ଆଡକୁ ଅଗ୍ରସର ହେଲେ କ୍ରମାନ୍ୱୟରେ ବଦ୍ରୀନାଥ, ଦ୍ୱାରିକାନାଥ, ରାମେଶ୍ୱର, ସୋମନାଥ, ବ୍ରହ୍ମାଜୀ, ଶ୍ରୀନାଥ, ମହାକାଳେଶ୍ୱର, ବିଠଲଜୀ, ମୁଖଲିଙ୍ଗେଶ୍ୱର, ଶ୍ରୀକୂର୍ମ, ବରାହ ନୃସିଂହ, ଭେଙ୍କଟେଶ୍ୱର ବାଲାଜୀ, ଆୟାପ୍‌ପା, ମୀନାକ୍ଷୀ ଏବଂ ଶ୍ରୀରଙ୍ଗମ୍‌ଙ୍କୁ ଦର୍ଶନ କଲେ ୨ୟ ବେଢା ପରିକ୍ରମା ଶେଷ ହୁଏ । ୨ୟ ବେଢାରେ ବିଜେ କରିଥିବା
ଦେବଦେବୀ ପୁଣ୍ୟଭୂମି ଭାରତବର୍ଷର ବହୁ ପ୍ରସିଦ୍ଧ ତୀର୍ଥସ୍ଥଳୀର ପ୍ରଖ୍ୟାତ ଦେବଦେବୀ । ଏହି ସମସ୍ତ ଦେବଦେବୀଙ୍କର ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ମାନ ରହିଛି । ଭକ୍ତ ଦେବତାଙ୍କ ସମ୍ମୁଖରେ କରପତ୍ର ଯୋଡ଼ି ଧ୍ୟାନ କରିପାରିବେ । ପୂଜା ନୈବେଦ୍ୟ ମଧ୍ୟ କରି ପାରିବେ । 
    ଏହାପରେ ବାଇଶି ପାଉଚ ଉଠିଗଲେ ଗରୁଡସ୍ତମ୍ଭ ଏବଂ ସମ୍ମୁଖରେ ମୁଖ୍ୟମନ୍ଦିର । ଗରୁଡସ୍ତମ୍ଭଠାରୁ ବାମ ପାଶ୍ୱର୍କୁ ଯାଇ ଶ୍ରୀମହାବୀର, ଶ୍ରୀଗଣେଶ, ଶ୍ରୀସୂର୍ଯ୍ୟ, ଶ୍ରୀଲକ୍ଷ୍ମୀନୃସିଂହ, ବିମଳା ଦେବୀ, ସରସ୍ୱତୀ ମାତା, ପର୍ଣ୍ଣଶବରୀ, ଶ୍ରୀଲକ୍ଷ୍ମୀ ଓ ନବଗ୍ରହଙ୍କୁ ଦର୍ଶନକଲେ୧ମ ବେଢା ପରିକ୍ରମା ଶେଷ ହୁଏ । ଏହି ବେଢାରେ ବିଜେ ଦେବଦେବୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଶ୍ୱର୍ଦେବଦେବୀ । ଭକ୍ତ ପ୍ରତ୍ୟେକ ଦେବଦେବୀଙ୍କ ସମ୍ମୁଖସ୍ଥ ମଣ୍ଡପରେ ଧ୍ୟାନ ଜପ ପୂଜା ଆରାଧନା କରିପାରିବେ । ଏହି ପରିକ୍ରମା ଅନ୍ତେ ପୁନରପି ଗରୁଡ଼ସ୍ତମ୍ଭ ଦେଇ ପୂର୍ବଦ୍ୱାରରୁ ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟଦର୍ଶନ ଲାଭ କରିହୁଏ ।  ମୁଖ୍ୟମନ୍ଦିରର ଉତ୍ତର ଦିଗରେ ଚମ୍ପକ ବନ ମଧ୍ୟରେ ଶବରଙ୍କ ଇଷ୍ଟଦେବ ମାତ୍ତାରବ୍ନମଙ୍କ ମନ୍ଦିର । ବାଇଶି ପାହାଚ ଦେଇ ଓହ୍ଲାଇ ଭକ୍ତ ଚମ୍ପକ ବଣ ଭିତରେ ପ୍ରବେଶ କରିପାରିବେ । 
    ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପର ଅନ୍ତର୍ଗତ ବହୁ ଅନୁଷ୍ଠାନ      ରହିଛି । ଯଥା -
୧. ଶାବର ସଂସ୍କୃତି ଗବେଷଣା କେନ୍ଦ୍ର
୨. ଶାବର ଶ୍ରୀକ୍ଷେତ୍ର ପାଠ କେନ୍ଦ୍ର
୩. ଶାବର ଶ୍ରୀକ୍ଷେତ୍ର ଯୋଗ ପ୍ରଶିକ୍ଷଣ କେନ୍ଦ୍ର
୪. ଶାବର ଶ୍ରୀକ୍ଷେତ୍ର କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର
୫. ଶାବର ଶ୍ରୀକ୍ଷେତ୍ର ସଦ୍‌ଗ୍ରନ୍ଥ ଭଣ୍ଡାର
୬. ଶାବର ଶ୍ରୀକ୍ଷେତ୍ର ଶ୍ରୀଭଣ୍ଡାର 
ଏବଂ ପାଶ୍ୱର୍ରେ ଗାୟତ୍ରୀ ଜ୍ଞାନ ମନ୍ଦିର ।
    ଭକ୍ତମାନେ ଆବଶ୍ୟକମତେ ଏଗୁଡ଼ିକୁ ବୁଲି ଦେଖି     ପାରନ୍ତି । ନିକଟରେ ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପର ସହଯୋଗୀ ଅନୁଷ୍ଠାନମାନ ରହିଛି ଯଥା -
୧. ମାନବ ସଂଗ୍ରହାଳୟ
୨. ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା କେନ୍ଦ୍ର । 
    ଯାତ୍ରୀମାନଙ୍କର ଶାବର ଶ୍ରୀକ୍ଷେତ୍ରରେ ରହଣିର ସୁବିଧା ପାଇଁ ରହିଛି - 
୧. ଶାବର ଶ୍ରୀକ୍ଷେତ୍ର ଅତିଥି ଭବନ,
୨. ଶାବର ଶ୍ରୀକ୍ଷେତ୍ର ଅତିଥି ନିବାସ ଓ
୩. ଶାବର ଶ୍ରୀକ୍ଷେତ୍ର ଯାତ୍ରୀ ନିବାସ । 
    ଏତଦ୍‌ବ୍ୟତୀତ ବିଭିନ୍ନ ସରକାରୀ ଗେଷ୍ଟହାଉସ୍‌, ଡାକବଙ୍ଗଳା ଓ ବେସରକାରୀ ଲଜିଂ ହାଉସ ମାନ ମଧ୍ୟ ରହିଛି । 
    ନିକଟରେ ସୁନାବେଡ଼ାସ୍ଥ ପାନ୍ଥନିବାସ ଓ ଏଚ.ଏ.ଏଲ୍‌. ଗେଷ୍ଟହାଉସ୍‌ ଓ ଜୟପୁରର ଲଜିଂ ହାଉସ୍‌ ସମୂହ । ପ୍ରକାଶ ଥାଉକି ସୁନାବେଡା ଓ ଜୟପୁର ଉଭୟ କୋରାପୁଟର ବିପରୀତ ଦିଗରେ ୨୨ କି.ମି. ଦୂରରେ ଅବସ୍ଥିତ ।

ଶାବର ଶ୍ରୀକ୍ଷେତ୍ର କୋରାପୁଟ -ଅଧ୍ୟାପକ ହୃଦାନନ୍ଦ ରାୟ

    ସୁଦୀର୍ଘ ସ୍ୱପ୍ନିଳ ସ୍ଥିତିରୁ କୋରାପୁଟରେ ବାସ୍ତବଧର୍ମୀ ଜନଜାଗରଣ ଆତ୍ମ ପ୍ରକାଶ କଲା ସେଇ ଦିନ ଯେଉଁଦିନ ଏକ ଭବ୍ୟ ସମାରୋହରେ ଜଗତଠାକୁର ଶ୍ରୀଜଗନ୍ନାଥ ଏଠାରେ ଅଗଣିତ ଭକ୍ତଙ୍କର ଅଯାଚିତ ପ୍ରେମର ପ୍ରତୀକ ଏକ ଭବ୍ୟ ମନ୍ଦିରର ରତ୍ନସିଂହାସନାରୂଢ଼ ହୋଇ ଚକାଆଖିରେ ତାଙ୍କର ଅନାଇଲେ ଅକୈତବ ଅଜସ୍ର ଆଦିମ ସେବକଙ୍କୁ । କୋରାପୁଟ ଶାବର ଶ୍ରୀକ୍ଷେତ୍ରର ରୂପ ନେଲା । ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉପସ୍ଥିତିରେ ମହାବାହୁ ପିଚୁ ଟିଣ ଘରୁ ଶ୍ରୀମନ୍ଦିରକୁ ଉଠିଲେ । ୧୯୭୮ ମସିହାର ସିଏ ଏକ ଦୁର୍ଲ୍ଲଭ ମୁହୂର୍ତ୍ତ । ଗୁରୁଗମ୍ଭୀର ପରିବେଶ । ବିପୁଳ ଜନତା ଜାତି ବର୍ଣ୍ଣ ଭେଦ ପରିହାର କରି ଏକ ଅନବଦ୍ୟ ଭାବାବେଶରେ ଏକାକାର ହୋଇଯାଇଥାନ୍ତି । ଗଗନ ପବନରେ ସେଇ ଏକା ଭାବ ଶ୍ରୀଜଗନ୍ନାଥ ଚେତନା । ସେଦିନର ସେହି ପାବନ ମୁହୂର୍ତ୍ତକୁ ସାଇତି ରଖିଛନ୍ତି ଅଧ୍ୟାପକ ହୃଦାନନ୍ଦ ରାୟ ତାଙ୍କର ଏହି କ୍ଷୁଦ୍ର ପ୍ରବନ୍ଧରେ । ପ୍ରବନ୍ଧଟି ଯଦିଚ ଉତ୍କଳ ପ୍ରସଙ୍ଗର ଜୁଲାଇ ୧୯୭୮ ସଂଖ୍ୟାରେ ପ୍ରକାଶିତ ହୋଇଥିଲା, ପ୍ରତ୍ୟକ୍ଷ ଉପସ୍ଥିତି ଜନିତ ଅପୂର୍ବ ଅନୁଭବରେ ରସାପ୍ଲୁତ ଏହି ପ୍ରସଙ୍ଗଟି ଆଜିବି ଜଗନ୍ନାଥପ୍ରେମୀଙ୍କୁ ଉଦ୍‌ବୁଦ୍ଧ କରିବ- ଏହି ବିଶ୍ୱାସରେ ଏହାକୁ ଶାବର ଶ୍ରୀକ୍ଷେତ୍ର ସମାଚାରରେ ସାଉଁଟି ରଖିଲୁ । -ସଂପାଦକ 
    କୋରାପୁଟ ଆମ ପ୍ରଦେଶର ଜିଲ୍ଲାମାନଙ୍କ ମଧ୍ୟରେ ବୃହତ୍ତମ । ଏହାର ବିସ୍ତାର ପ୍ରାୟ ୧୦ହଜାର ୫୦୦ ବର୍ଗ  ମାଇଲ । କଟକ, ପୁରୀ, ବାଲେଶ୍ୱର ଜିଲ୍ଲାର ମିଳିତ କ୍ଷେତ୍ରଫଳ ସଙ୍ଗେ କୋରାପୁଟର କ୍ଷେତ୍ରଫଳ ପ୍ରାୟ ସମାନ । ପ୍ରାୟ ୧୬ଲକ୍ଷ ଅଧିବାସୀଙ୍କ ଦ୍ୱାରା ଅଧୁ୍ୟଷିତ ଏହି ବିଶାଳ ଭୂଖଣ୍ଡ ବହୁ ବିସ୍ମୟ, ବହୁ ରହସ୍ୟ ତଥା ବହୁ ବୈଚିତ୍ର୍ୟର ଗନ୍ତାଘର । ଏହାକୁ ଆଦିମ ମାନବର ପ୍ରାଚୀନ ସୂତିକାଗାର ରୂପେ ଗ୍ରହଣ କରାଯାଇଛି । ଏଇଠି ପୃଥିବୀରେ ସର୍ବପ୍ରଥମ ହୋଇ ଧାନ ଗଛ ମାନ ସହଜ ପରିବେଶରେ ଉଠି ଭୂମିରେ ଲୋଟି ଯାଇଥିଲେ । ଚାଷକୁ ଅପେକ୍ଷା ନ ରଖି, ପ୍ରକୃତିର ସ୍ୱାଭାବିକ ପ୍ରେରଣାରେ ପ୍ରାଣ ପୋଷକ ଅନ୍ନର ଆଦ୍ୟ ଆବିର୍ଭାବ ଘଟିଥିଲା କୋରାପୁଟରେ । ଅନ୍ନପୂର୍ଣ୍ଣେଶ୍ୱରୀ ମହାଲକ୍ଷ୍ମୀଙ୍କ ପ୍ରାକୃତିକ ବିଜୟସ୍ଥଳୀ   କୋରାପୁଟ । 
    କୋରାପୁଟ ଥରେ ବୁଲି ନ ଆସିଲେ ବର୍ଣ୍ଣନାରୁ ତା’ର ସବୁ କଥାର ସ୍ୱାଦ ବାରି ହେବ ନାହିଁ, ବରଂ ବର୍ଣ୍ଣନା କରୁଥିବା ବ୍ୟକ୍ତି ଅତିଶୟୋକ୍ତି ପ୍ରୟୋଗ କରୁଛନ୍ତି ବୋଲି ବୃଥା ଭ୍ରମ   ହେବ । ସହସ୍ର ସହସ୍ର ବର୍ଷ ତଳେ ମାନବ ଯେପରି ଜୀବନ ଯାପନ କରୁଥିଲା, ଆଜି କୋରାପୁଟର ଗଭୀର ଅନ୍ତଃସ୍ଥଳରେ ହୁଏତ ସେ ସେହିପରି ଜୀବନ ଯାପନ କରି ଚାଲିଛି । କୋରାପୁଟରେ ଆଜି ମଧ୍ୟ ଏଭଳି ଆଦିମ ବନାନୀ ରହିଛି ଯେଉଁଠି ସହସ୍ର ସହସ୍ର ବର୍ଷ ତଳର ଆଦିମତା ଘନ ପ୍ରହେଳିକା ସୃଷ୍ଟି କରି ବସିଛି । 
    ଏହି ଘନ ରହସ୍ୟାବୃତ ଭୂମି କୋରାପୁଟ ଜିଲ୍ଲାର ସଦର ମହକୂମା ହେଉଛି କୋରାପୁଟ ସହର । କୋରାପୁଟ ଜିଲ୍ଲାର ମୁଖ୍ୟ ସହରଗୁଡ଼ିକ ହେଲେ କୋରାପୁଟ, ଜୟପୁର, ନବରଙ୍ଗପୁର, ଗୁଣୁପୁର, ରାୟଗଡ଼ା ଓ ସୁନାବେଡା । ଆଜି ଏହି ସହରମାନଙ୍କ ମାଧ୍ୟମରେ କୋରାପୁଟର ଜନଜୀବନ ଆଧୁନିକତାର ସ୍ପର୍ଶ ଲାଭକରି କ୍ରମେ ରୂପାନ୍ତରିତ ହେଉଛି । ନବ ନବ ଶିଳ୍ପ ଉଦ୍ୟୋଗ, ବିଭିନ୍ନ ସାଂସ୍କୃତିକ ଅଭୁ୍ୟତ୍‌ଥାନ, ତଥା ନବୀନ ସାମାଜିକ ଦୃଷ୍ଟିକୋଣର ପ୍ରବର୍ତ୍ତନ ଫଳରେ ପ୍ରାଚୀନ କୋରାପୁଟ ଜନଜୀବନରେ ଏକ ପରିବର୍ତ୍ତନ ଓ ପରିବର୍ଦ୍ଧନର ସୂତ୍ରପାତ   ଘଟିଛି । କୋରାପୁଟରେ ଯେଉଁ ଜନ ଜାଗରଣ ଲକ୍ଷ୍ୟ କରାଯାଉଛି ତାହାର ଭବିଷ୍ୟତ ଅତ୍ୟନ୍ତ ବ୍ୟାପକ ଓ ଫଳ ସୁଦୂରପ୍ରସାରୀ । ଏହି ଜନ ଜାଗରଣକୁ ସୁଚାରୁ ରୂପେ ବିକଶିତ ହେବା ଲାଗି ପଥ ନିର୍ଦ୍ଦେଶ କରାଇବାରେ ଗୁରୁ ଦାୟିତ୍ୱ ସକଳ ଶିକ୍ଷିତ ସମ୍ପ୍ରଦାୟ, ସରକାରୀ କର୍ମଚାରୀ ତଥା ଜନସାଧାରଣଙ୍କ ଠାରେ ନ୍ୟସ୍ତ  ରହିଛି । 
    ନିକଟ ଅତୀତରେ କୋରାପୁଟ ସହରରେ ଏକ ଶୈଳ ଶିଖରରେ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାହିତ ହୋଇଯାଇଛି । ଯେଉଁ ଅପାସୋରା ଉଲ୍ଲାସ, ଉଦ୍ଦୀପନା, ଉନ୍ମାଦନା ଓ ଉତ୍ସାହ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦାରୁବିଗ୍ରହ ନବନିର୍ମିତ ମନ୍ଦିରକୁ ପହଣ୍ଡି ବିଜୟ କରି ଆସିଲେ, ତହିଁରେ କୋରାପୁଟ ଜିଲ୍ଲାର ଜନ ଜାଗରଣର ଏକ ପ୍ରକୃଷ୍ଟ ରୂପ ପ୍ରକଟିତ ହୋଇଗଲା । ଧନୀ, ଦରିଦ୍ର, ଶିକ୍ଷିତ ଅଶିକ୍ଷିତ ସକଳ ସମ୍ପ୍ରଦାୟର ଲୋକେ ସକଳ ଭେଦଭାବ ପରିହାର କରି ଏକ ମନ ଏକ ପ୍ରାଣରେ ତିନିଦିନ ବ୍ୟାପି ଏହି ମହୋତ୍ସବରେ ସାମିଲ ହୋଇ ଗଲେ । ବିଭିନ୍ନ ନଦୀମାନେ ସମୁଦ୍ରରେ ମିଶି ଏକାକାର ହୋଇଗଲା ପରି ବିଭିନ୍ନ ଜନଜୀବନର ପ୍ରବାହ ସେହି ମହୋତ୍ସବର ସାମୁଦ୍ରିକ ପ୍ରଭାବରେ ଏକାକାର ହୋଇଗଲେ । ନୃତ୍ୟ, ଗୀତ ବାଦ୍ୟ ରୋଳରେ ଆକାଶ ପବନ କମ୍ପି ଉଠୁଥାଏ । ମହିମ୍ନ ବେଦ ସ୍ରୋତ ଧ୍ୱନି ସହିତ ଯଜ୍ଞ ଧୂମ ରେଖା ଆକାଶକୁ ବ୍ୟାପି ଯାଉଥାଏ । ଯେଉଁଆଡ଼କୁ ଚାହିଁବେ, ସେ ଆଡେ ଏକ ଲକ୍ଷ୍ୟ ହୋଇ ଧାଇଁ ଆସୁଥିବା ଜନସ୍ରୋତର ଦିବ୍ୟ ଶୋଭା ! ମନେ ହେଉ ଥାଏ, ସତେ ଯେପରି କୋରାପୁଟ କେଉଁ ଏକ ଭବ୍ୟ ପ୍ରେରଣାରେ ରୂପାନ୍ତରିତ ହୋଇ ଯାଉଛି । 
    ଯେଉଁ ଶୈଳ ଖଣ୍ଡ ଉପରେ ମନ୍ଦିର ପ୍ରତିଷ୍ଠା କରାଗଲା ତାହାର ନବୀନ ନାମ କରଣ କରାଗଲା “ନୀଳ ଶଇଳ’’ । ମନ୍ଦିରର ନାମ ହେଲା “ଶ୍ରୀମନ୍ଦିର’’ । କୋରାପୁଟର ଏଣିକି ନାମ ହେଲା “ଶାବର ଶ୍ରୀକ୍ଷେତ୍ର କୋରାପୁଟ’’ । ମନ୍ଦିର ନିକଟରେ ଯେଉଁ ବଟବୃକ୍ଷ ରୋପଣ କରାଗଲା, ତାହାର ନାମ ହେଲା “କଳ୍ପବଟ’’ । ଓଡ଼ିଶାର ଗଜପତି ମହାରାଜା ଓ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ଉପସ୍ଥିତିରେ କୋରାପୁଟରେ ଶାବର ଶ୍ରୀକ୍ଷେତ୍ର ରୂପଲାଭ କଲା । 
    ଦୀର୍ଘ ପାଞ୍ଚଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ମାଙ୍ଗଳିକ କାର୍ଯ୍ୟକ୍ରମର ଶେଷ ଦିବସ ହେଲା ୧୯୭୮ ମସିହା ଜୁନ୍‌ମାସ ୯ ତାରିଖ । ଏହି ଦିବସଟି କୋରାପୁଟର ସାଂସ୍କୃତିକ ଇତିହାସରେ ଏକ ସ୍ମରଣୀୟ ଦିବସ ହୋଇ ରହିଗଲା । ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବରୁ “ନୀଳ ଶଇଳ’’ର ଶୀର୍ଷ ଦେଶ ଲୋକାରଣ୍ୟ ହୋଇଗଲା । ଘଣ୍ଟଘଣ୍ଟା ମର୍ଦ୍ଦଳ କାହାଳୀ ନାଦରେ ଦିଗ ବିଦିଗ ଉଛୁଳି ଉଠୁଥାଏ । ଘନ ଘନ ଶଂଖ ଧ୍ୱନିରେ ରୋମାଞ୍ଚ ଉପୁଜୁଥାଏ । ପାହାନ୍ତିଆ ୪ ଘଟିକା ସମୟରେ ମନ୍ଦିର ପ୍ରତିଷ୍ଠା କର୍ମ ଆରମ୍ଭ ହେଲା । ଗ୍ରୀଷ୍ମକାଳ ହେଲେହେଁ କୋରାପୁଟର ସକାଳଗୁଡ଼ିକ କି ମନୋରମ ସକାଳ ! ଜାଙ୍ଗଲିକ ଶୀତ ବାତରେ ପ୍ରାଣ ପୁଲକି ହୋଇ ଯାଉଥାଏ । ଆମେ ଭୁଲିଯାଇଛୁ, କୋରାପୁଟ ଆମ ଦେଶର ଏକ ସୁରମ୍ୟ ଶୈଳ ନିବାସ । କି;ୁ ସେ ଦିଗରେ ତା’ର ନାମ ଖ୍ୟାତି ଗ୍ରନ୍ଥକୁ ଉଠି ପାରି ନାହିଁ । ଶୈଳ ନିବାସ ଭାବରେ କୋରାପୁଟର ଖ୍ୟାତି ଦିନେ ନା ଦିନେ ଭାରତର ସୀମାକୁ ଟପି ଯିବ । ଗହ ଗହ ବେଦ ଧ୍ୱନି ଓ ମନ୍ଦ୍ର ବାଦ୍ୟ ନାଦରେ କୋରାପୁଟର ଅପୂର୍ବ ସକାଳଟି ଆହୁରି ମନୋଜ୍ଞ ହୋଇ   ଉଠିଲା । ସ୍ମରଣକୁ ଆସିଲା ବହୁ ସହସ୍ର ବର୍ଷ ତଳେ ନୀଳାଦ୍ରିରେ ମନ୍ଦିର ପ୍ରତିଷ୍ଠା କରୁଛନ୍ତି ଇନ୍ଦ୍ରଦୁ୍ୟମ୍ନ ମହାରାଜ । ପାହାନ୍ତିଆ ୬ ଘଟିକା ସମୟରେ ଶ୍ରୀବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ନୂତନ ମନ୍ଦିର ପ୍ରବେଶ ଲାଗି ପହଣ୍ଡି ବିଜୟ କଲେ । ଓଃ, ଉପସ୍ଥିତ ଜନ ସମୁଦ୍ରରେ କି ଉଦ୍‌ବେଳନ । ସତେ ଯେପରି ଚନ୍ଦ୍ରମା ଉଦୟରେ ସିନ୍ଧୁ ଆନ୍ଦୋଳିତ ଓ ଉତ୍‌ଫୁଲ୍ଲିତ ହେଉଛି । ପୁରୀର ଗଜପତି ମହାରାଜା ଠାକୁରମାନଙ୍କୁ ପହଣ୍ଡି ବିଜୟ କରାଇ ନେଉଥାନ୍ତି ସେବକମାନଙ୍କ ଗହଣରେ । ହରିବୋଲ ହୁଳହୁଳି ଧ୍ୱନିରେ କୋରାପୁଟ ଉଚ୍ଛୁଳି ଉଠୁଥାଏ । ସକାଳ ୬/୩୦ ମିନିଟରେ କଳ୍ପବୃକ୍ଷ ରୋପଣ ଉତ୍ସବ ଗୁରୁଗମ୍ଭୀର ପରିବେଶରେ ସମାହିତ ହେଲା । ଏଣିକି ଲୋକ ବିଶ୍ୱାସରେ ପ୍ରତିଷ୍ଠିତ ହୋଇଗଲା ଯେ କୋରାପୁଟରେ କଳ୍ପବୃକ୍ଷ ଲାଗିଛି । ଆଉ ସଂକଳ୍ପସିଦ୍ଧିରେ କଅଣ ଡ଼େରି ଅଛି ? ସକାଳ ୭ ଘଟିକା ସମୟରେ “ପ୍ରାଚ୍ୟ ସଂସ୍କୃତି ଗବେଷଣା’’ କେନ୍ଦ୍ରର ଶିଳାନ୍ୟାସ ହେଲା । ଏ ଗବେଷଣା କେନ୍ଦ୍ରରେ ଦାୟିତ୍ୱ ବହନ କଲେ ପ୍ରସିଦ୍ଧ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଶ୍ରୀ ସତ୍ୟ ନାରାୟଣ ରାଜଗୁରୁ । ଏହି ଗବେଷଣା କେନ୍ଦ୍ରରୁ ପ୍ରାଚ୍ୟ ଭୂଖଣ୍ଡର ସାଂସ୍କୃତିକ ଆଲୋକ ଦିଗ୍‌ ବିଦିଗ୍‌ରେ ବିଚ୍ଛୁରିତ ହୋଇ ପଡ଼ିବ । କୋରାପୁଟର “ନୀଳ ଶଇଳ’’ ହେବ ଦିନେ ପ୍ରାଚ୍ୟ ସଂସ୍କୃତିର ଦିଗବାରିଣୀ ଆଲୋକ ସ୍ତମ୍ଭ । ଦିବା ଘ୨/୩୦ ମିନିଟ୍‌ରେ ଯଜ୍ଞରେ ପୂର୍ଣ୍ଣାହୁତି ଅର୍ପିତ ହେଲା । ଯଜ୍ଞ ଧୂମରେଖା କୋରାପୁଟର ଗମ୍ଭୀର ବାୟୁମଣ୍ଡଳକୁ ଭେଦ କରି ଯାଉଥାଏ । ଦେଖିବା ଲୋକ ବିସ୍ମିତ ହୋଇ ଦେଖୁଥାନ୍ତି ଯେ ଭୂମି ଓ ଅନ୍ତରୀକ୍ଷ ଏକ ବନ୍ଧନରେ ବାନ୍ଧି ହୋଇ ଯାଉଥାନ୍ତି । ପରା ଓ ଅପରା ପ୍ରକୃତି ଏକୀଭୂତ ହୋଇ ଯାଉଅଛି । ସ୍ଥୂଳ ଓ ସୂକ୍ଷ୍ମର ସୀମାରେଖା ମିଳାଇ ଯାଉଛି । ସବୁ ଏକାକାର ଏକୀଭୂତ ହୋଇ ଯାଉଛି ଏକାତ୍ମକତାର ପ୍ରବଳ ପ୍ଲାବନରେ । ରତ୍ନ ସିଂହାସନରେ ବିଜେ ହୋଇଛନ୍ତି ମହା ବାହୁ । ଦେଉଳ ପ୍ରତିଷ୍ଠାର ସମସ୍ତ ଶାସ୍ତ୍ରୀୟ ବିଧାନର ତତ୍ତ୍ୱାବଧାରକ ହୋଇଥାନ୍ତି ପୁରୀର ବିଶିଷ୍ଟ ପଣ୍ଡିତ ଶ୍ରୀ ସଦାଶିବ ରଥଶର୍ମା । ଶାବର ଓ ବ୍ରାହ୍ମଣ୍ୟ ଚେତନାର ମିଳନ ମହାସିନ୍ଧୁ ଜଗନ୍ନାଥ ମହାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଶାବର ଓ ବ୍ରାହ୍ମଣ୍ୟ ଜନତା ସେଦିନ ଘେରି ରହିଥିଲେ । ଶାବର ଜନତା ଆଦିବାସୀମାନଙ୍କ ହୃଦୟରେ ପ୍ରେମର ଅସରନ୍ତି ଜୁଆର ! ନିଜ ଦିଅଁଙ୍କୁ ପୁଣିଥରେ ନିଜ ଘରେ ଦେଖି ସେମାନେ ଆତ୍ମ ବିଭୋର ହୋଇ ରହିଥାନ୍ତି । ଶବରୀ ଅଇଁଠା ଚଖା ଦିଅଁ ପୁଣି ତା ନିଜ ବାନ୍ଧବମାନଙ୍କୁ ଖୋଜି ଆସି ପହଁଞ୍ଚିଛି ସଂଖୁଳିବା ପାଇଁ । ଅକୈତବ ପ୍ରେମ ଜୁଆରରେ ଭାସି ବୁଡି ଯାଉଛନ୍ତି ଆଦିବାସୀ ଜନତା । କୋରାପୁଟର ନିଭୃତ ହୃଦୟ ସତେ ଆଉଟି ପାଉଟି ହୋଇ ପଡୁଛି । ବିଚିତ୍ର ବେଶ ଭୂଷା ସମ୍ପନ୍ନ ଆଦିବାସୀମାନେ ଥେଇ ଥେଇ ନାଚୁଛନ୍ତି ଘୁମୁରା  ବଜାଇ । ଘୁମୁରା ବାଦ୍ୟର ଘୁମ ଘୁମ ନାଦରେ ନୀଳ ଶଇଳ କମ୍ପି ଉଠୁଛି । 
    ପାଞ୍ଚଦିନ ବ୍ୟାପି ମହୋତ୍ସବରେ ତିନି ସଂଧ୍ୟା କଟିଛି ସାଂସ୍କୃତିକ ଆଲୋଚନା ଓ ଉତ୍ସବରେ । ଭଜନ, ନୃତ୍ୟ ବିଚିତ୍ରା, ଯାତ୍ରା, ନାଟ୍ୟ ସଙ୍ଗକୁ ପ୍ରବଚନ ଓ ଧର୍ମ ସଭା । ହଜାର ହଜାର ଉତ୍‌କଣ୍ଠିତ ଦର୍ଶକ ଓ ଶ୍ରୋତାଙ୍କର ସମାବେଶ । ସଭାକାର୍ଯ୍ୟ ସଂପାଦନ କରୁଛନ୍ତି ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ । ଭଜନ ଗାଉଛନ୍ତି ବାଣୀକଣ୍ଠ ଶ୍ରୀ ନିମାଇଁ ହରିଚନ୍ଦନ ଓ ଶ୍ରୀ ଧନଞ୍ଜୟ ଶତପଥୀ । ଅତିଥି ଓ ପ୍ରବକ୍ତା ଭାବରେ ଯୋଗ ଦେଇଛନ୍ତି ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ଶିଳ୍ପ ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ହରିଶ୍ଚନ୍ଦ୍ର ବକ୍‌ସିପାତ୍ର, ସାଂସ୍କୃତିକ ବିଭାଗ ମନ୍ତ୍ରୀ ଶ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ, ବାଚସ୍ପତି ଶ୍ରୀ ସତ୍ୟପ୍ରିୟ ମହାନ୍ତି, ‘ସମାଜ’ ସଂପାଦକ ଶ୍ରୀ ରାଧାନାଥ ରଥ, ଶ୍ରୀ ସତ୍ୟନାରାୟଣ ରାଜଗୁରୁ ଓ ଅଧ୍ୟାପକ ଶ୍ରୀ ହୃଦାନନ୍ଦ ରାୟ । 
    ଦଣ୍ଡକାରଣ୍ୟ ଯୋଜନାର ଉପମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ମହାପାତ୍ର ଏବଂ ତରୁଣ ଉତ୍ସାହୀ ଜିଲ୍ଲାପାଳ ଶ୍ରୀ ଶ୍ରୀନିବାସ ରଥଙ୍କ ଉପସ୍ଥିତି ଓ ସହଯୋଗ ଅବିସ୍ମରଣୀୟ । ଜିଲ୍ଲାର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ବିପୁଳ ଉତ୍ସାହରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦାନ କରିଥିଲେ । ଅତିଥି ରୂପେ ଯୋଗ ଦେଇଥିଲେ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ବିବେକାନନ୍ଦ  ପଟ୍ଟନାୟକ । 
    କୋରାପୁଟରେ ଶ୍ରୀମନ୍ଦିର ପ୍ରତିଷ୍ଠା କର୍ମ ସଂପାଦିତ ହେଲା । କୋରାପୁଟର ପ୍ରସିଦ୍ଧ ଦେବତା ଗୁପ୍ତେଶ୍ୱର ମହାଦେବଙ୍କ ନିକଟରେ ପର୍ଯ୍ୟଟକ ନିବାସର ଶିଳାନ୍ୟାସ କଲେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ହରିଶ୍ଚନ୍ଦ୍ର ବକ୍‌ସିପାତ୍ର । ପୁରାଣ ପ୍ରସିଦ୍ଧ ରାମଗିରିର ସେହି ଅପୂର୍ବ ଭାବମୂର୍ତ୍ତି ସମ୍ବଳିତ ରାମାଶ୍ରମର ଅଦୂରରେ ଗୁପ୍ତେଶ୍ୱର ଗୁମ୍ଫା । ଏଥରକ ପର୍ଯ୍ୟଟକମାନଙ୍କ ପ୍ରବେଶ ଲାଗି ପଥ ପରିଷ୍କୃତ ହେଉଛି । ମନେହେଲା କୋରାପୁଟର ସ୍ୱପ୍ନିଳ ସ୍ଥିତିରୁ ବାସ୍ତବଧର୍ମୀ ଜନଜାଗରଣ ଆତ୍ମ ପ୍ରକାଶ କରୁଛି, ଓଡ଼ିଶାର ବୃହତ୍ତମ ଜିଲ୍ଲାର ବୃହତ୍ତମ ଅଭିପ୍‌ସା ରୂପ ଲାଭ କରୁଛି । 

 

ଶାବର ଶ୍ରୀକ୍ଷେତ୍ରେ ପ୍ରଭୋ କଲି ଦରଶନ - ବାଞ୍ଛାନିଧି ଦାଶ

ସ୍ୱାଧୀନତାର ପ୍ରାକ୍‌କାଳରେ କବି ବାଞ୍ଛାନିଧି ଦାଶଙ୍କ ଦେଶପ୍ରେମ କବିତା ଉତ୍କଳୀୟଙ୍କ ମଧ୍ୟରେ ଜାତୀୟ ଭାବ ଜାଗ୍ରତ କରିଥିଲା । ଅଜସ୍ର ଦେଶପ୍ରୀତିର ଗୀତି ଗାଇ ସେ ଚାରଣ କବି ରୂପେ ଯଶସ୍ୱୀ । ପ୍ରସ୍ତୁତ କବିତାଟି କି;ୁ ଭିନ୍ନ ସ୍ୱାଦୁର । ୧୯୯୪ ମାର୍ଚ୍ଚ ୩୦ ତାରିଖ ଦିନ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାପରେ ଭାବ ବିଭୋର ହୋଇ କବି ଏହି ଭକ୍ତିସୁମନ ନିବେଦନ କରୁଛନ୍ତି ତାଙ୍କରି ଚରଣାବିନ୍ଦରେ ।

ଶାବର ଶ୍ରୀକ୍ଷେତ୍ରେ ପ୍ରଭୋ ! କଲି ଦରଶନ
ଦରଶନ ମାତ୍ରେ କିଣିନେଲୁ ପ୍ରାଣମନ । ଘୋଷା ।
        (୧)
ଅନ୍ତର୍ଯ୍ୟାମୀ ଜଗନ୍ନାଥ ଭକତ ବତ୍ସଳ
ଲୋଡୁ ତୁ ଭାବ ଭକତି ହୃଦୟ ସରଳ,
ଜାଣି ମୋ ହୃଦମନ କି ହେଲୁ ସୁପ୍ରସନ୍ନ ।
ଶାବର ଶ୍ରୀକ୍ଷେତ୍ରେ ପ୍ରଭୋ ! କଲି ଦରଶନ ।
        (୨)
ସହଜେ ଶବର ରାଜା ବିଶ୍ୱାବସୁ ପୂଜ୍ୟ
ନୀଳମାଧବ ତୁ ଲୋଡ଼ି ନଥିଲୁ ଐଶ୍ୱର୍ଯ୍ୟ,
ସରଳ ଭାବ ଭକ୍ତିରେ ସଦା ସୁପ୍ରସନ୍ନ ।
ଶାବର ଶ୍ରୀକ୍ଷେତ୍ରେ ପ୍ରଭୋ ! କଲି ଦରଶନ ।
        (୩)
ମୋ ଗୀତ ସ୍ତବରେ ପ୍ରଭୋ ! ସତେ କି ସ;ୁଷ୍ଟ
ବାରମ୍ବାର ମନ ପ୍ରାଣ କରିଛୁ ଆକୃଷ୍ଟ ।
ବିଭୋର ମୁଁ ଚାହିଁ ଦେଲେ ତୋ ଚକାନୟନ ।
ଶାବର ଶ୍ରୀକ୍ଷେତ୍ରେ ପ୍ରଭୋ ! କଲି ଦରଶନ । 
        (୪)
ଆତ୍ମାରେ ପରମାନନ୍ଦ ତୁଇ ଉଠୁ ଜାଗି
ଜଗବନ୍ଧୁ ବନ୍ଧୁମୋର ସ୍ନେହ ଅନୁରାଗୀ,
ତନୁମନେ ଭରିଦେଉ ପୁଲକ ସ୍ପନ୍ଦନ
ଶାବର ଶ୍ରୀକ୍ଷେତ୍ର ପ୍ରଭୋ ! କଲି ତରଶନ ।
        (୫)
ମୋ ନାଥ ହେ ଜଗନ୍ନାଥ ମୋର ପ୍ରାଣ ସଖା ।
ହରୁ ତୁ ମୋ ଦକାଶଙ୍କା, ମୋ ମହତ ରଖା ।
ବାଞ୍ଚାନିଧି ବାଞ୍ଚା ଯାହା ତୁ କରୁ ପୂରଣ
ଶାବର ଶ୍ରୀକ୍ଷେତ୍ର ପ୍ରଭୋ ! କଲି ଦରଶନ ।
        ନାରାୟଣ ମିଶ୍ର ଲେନ୍‌
          ମହତାବ ରୋଡ଼, କଟକ-୧୨    

ଶବର ପ୍ରେମର ପ୍ରତୀକ – ଶାବର ଶ୍ରୀକ୍ଷେତ୍ର – ଶ୍ରୀ ଜଗନ୍ନାଥ ମନ୍ଦିର କୋରାପୁଟ

ଉତ୍କଳର ଆରାଧ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶବର ପ୍ରେମର ପ୍ରତୀକ ସ୍ଵରୂପ କୋରାପୁଟରେ ଗଢ଼ି ଉଠିଛି ଶ୍ରୀ ଜଗନ୍ନାଥ ମନ୍ଦିର । ‘ଶାବର ଶ୍ରୀକ୍ଷେତ୍ର’ ଭାବରେ ପରିଚିତ ଏହି ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ଆଦିପୂଜକ ସଉରାମାନଙ୍କ ଇଷ୍ଟଦେବ ମାଭାରତ୍ନମ୍’କ ପୀଠ ରହିଛି । ଶାବର ଶ୍ରୀକ୍ଷେତ୍ରର ଚକବନରେ ଏହି ପୀଠ ରହିଛି ଓ ଏହାକୁ ସ୍ୱତନ୍ତ୍ର ଭାବେ ସଉରା ପରମ୍ପରାରେ ପୂଜା କରାଯାଏ । ବର୍ଷର ଯେ କୌଣସି ସମୟରେ ଜଣେ ଭକ୍ତ ଶାବର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ଏହି ମନ୍ଦିରର ବିଭିନ୍ନ ବେଶ ପରିକ୍ରମା କରି ଏଠାରେ ଅଧୁଷ୍ଠିତ ଦେବଦେବୀଙ୍କୁ ଦର୍ଶନ କରିବାରେ ସାନ୍ନିଧ୍ୟ ଲାଭ କରେ ।

ଶାବର ଶ୍ରୀକ୍ଷେତ୍ର - ଜଗନ୍ନାଥ ମନ୍ଦିର

ଶାବର ଶ୍ରୀକ୍ଷେତ୍ର – ଜଗନ୍ନାଥ ମନ୍ଦିର

ବେଢ଼ାକୁ ପ୍ରବେଶ ପୂର୍ବରୁ ସଉରାଙ୍କ ଇଷ୍ଟଦେବ ମା ମାତ୍ତରବ୍ନମଙ୍କୁ ଦର୍ଶନ କରି ଭାଗବତ ଘରେ ପହଞ୍ଚିବେ । ଏଠାରୁ ଦ୍ବିତୀୟ ବେଢ଼ା ପାହାଚରେ ଆସିଲେ ପ୍ରଥମେ ଶ୍ରୀଶବରେଶ୍ଵରଙ୍କ ଦର୍ଶନର ସୁଯୋଗ ମିଳେ । ଏହାପରେ ଏହି ବେଢ଼ାରେ ଭକ୍ତମାନେ ଭାରତର ବିଭିନ୍ନ ସ୍ଥାନରୁ ଆଣି ପ୍ରତିଷ୍ଠା କରାଯାଇଥିବା ପ୍ରମୁଖ ଦେବଦେବୀଙ୍କୁ ଦର୍ଶନ କରିପାରିବେ । ଦର୍ଶନ ପରେ ବାଇଶିପାହାଚ ଅତିକ୍ରମ କରି ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିବେ । ପାର୍ଶ ମନ୍ଦିର ମାନଙ୍କରେ ଶ୍ରୀମହାଜୀଉ, ଶ୍ରୀଗଣେଶ, ଶ୍ରୀସୂର୍ଯ୍ୟଦେବ, ଶ୍ରୀଲକ୍ଷ୍ମୀ ନୃସିଂହ, ଶ୍ରୀବିମଳା, ଶ୍ରୀ ସରସ୍ୱତୀ, ପତର ସଉରୁଣୀ, ଶ୍ରୀଲକ୍ଷ୍ମୀ ଓ ନବଗ୍ରହଙ୍କ ଦର୍ଶନ ପରେ ମୁଖ୍ୟ ମନ୍ଦିର ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସୁଦର୍ଶନଙ୍କୁ ଦିବ୍ୟ ଦର୍ଶନର ସାନିଧ୍ୟ ମିଳିଥାଏ । ଏବଂ ଆଦିମ ସଂସ୍କୃତି ଅତି ପ୍ରାଚୀନ ଓ ପୁରାତନ । ଏହି ବିଶାଳ ତତ୍ତ୍ବର ଗବେଷଣା ଅସରନ୍ତି ଏବଂ ଏହି ଗବେଷଣାକୁ ଆଗେଇ ନେବା ପାଇଁ ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପ ମଧ୍ୟରେ ୧୯୮୪ ମସିହାରେ ତତ୍କାଳୀନ ରାଜ୍ୟପାଳ ଡ. ବିଶମ୍ବର ନାଥ ପାଣ୍ଡେଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିଲା ଶାବର ସଂସ୍କୃତି ଗବେଷଣା । କେନ୍ଦ୍ର ଟି.ସି.ଆର.ସି । ଏହା ମଧ୍ୟରେ ଜ୍ଞାନ ମନ୍ଦିରର । ମ ପରିକଳ୍ପନା କରାଯାଇଛି । ଏହି କେନ୍ଦ୍ର ଅଧୁନା । ସଂପୂର୍ଣ୍ଣ ହେଉଥିବା ଅବସରରେ କୋରାପୁଟ ଅଞ୍ଚଳର ପ୍ରକୃତ ଚେତନା ଜଗନ୍ନାଥ ଚେତନା ଏବଂ ଶ୍ରୀ ଜଗନ୍ନାଥ । ଏବେ ବି ଶାବର ଦେବତା ଏଣୁ ବନବାସୀଙ୍କ ସଂସ୍କୃତି ଗବେଷଣାକୁ ଆଗେଇ ନେବା ପାଇଁ ଏଠାରେ ଗଢ଼ି ଉଠିଛି ‘ ଆଦିବାସୀ ସଂଗ୍ରହାଳୟ’ । ତେଣୁ ଭକ୍ତ ଶାବର ଶ୍ରୀକ୍ଷେତ୍ର ଦର୍ଶନରେ ଶ୍ରୀଜଗନ୍ନାଥ ଚେତନାରେ ଉଦ୍‌ବୁଦ୍ଧ ହେବାର ସୁଯୋଗ ପାଏ ।

ସଉରାଙ୍କ ଇଷ୍ଟଦେବ ମା’ ମାତ୍ତରବ୍ନମ

ସଉରାଙ୍କ ଇଷ୍ଟଦେବ ମା’ ମାତ୍ତରବ୍ନମ

ଅଣସରରେ ହେଉ କିମ୍ବା ରଥଯାତ୍ରା ସମୟରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ଆସ୍ଥାନ ସମୟରେ ହେଉ ଭକ୍ତଙ୍କ ଭିଡ଼ ଶ୍ରୀ ମନ୍ଦିର ଲାଗି ରହିଥାଏ । ଶାବର ଶ୍ରୀକ୍ଷେତ୍ର ବା କୋରାପୁଟ ସହରରେ ପହଞ୍ଚିବା ପାଇଁ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଗମନାଗମନ ସୁବିଧା ରହିଛି । କୋରାପୁଟ ସହରରେ ପହଞ୍ଚି ଯାତ୍ରୀ ରହିବା ପାଇଁ ସୁଲଭ ମୂଲ୍ୟରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଦ୍ଵାରା ନିର୍ମିତ ଅତିଥି ଭବନକୁ ବାଛିପାରିବେ । ରୁମ୍ ପିଛା ୧୨୦ ଟଙ୍କାରୁ ଆରମ୍ଭକରି ୫୦୦ ଟଙ୍କାରେ ଶୀତତାପ ନିୟନ୍ତ୍ରିତ କରି ମଧ୍ୟ ଏଠାରେ ଉପଲବ୍ଧ । ଅତିଥ ଭବନର ରେସ୍ତୋରାଂରେ ଯାତ୍ରୀ ପ୍ରସାଦ ସେବନ କରି ପାରନ୍ତି । ନତୁବା ମନ୍ଦିର ପରି ସରିରେ କୁପନ ନେଇ ପ୍ରସାଦ ଭୋଜନ କରିପାରନ୍ତି ।

ଆଲେଖ୍ୟ: ପରେଶ ରଥ
18-7-2010 ସମାଜ

ଶାବର ଶ୍ରୀକ୍ଷେତ୍ର

ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଚାଳ କୁଡ଼ିଆରୁ ବିରାଟକାୟ ମନ୍ଦିର, ବର୍ଣ୍ଣନା କରୁଛି ଅନେକ କାହାଣୀ…..

 

ଆଦିବାସୀଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ନାହିଁ କିଛି ବାଛ ବିଚାର, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ କରିନ୍ତି ପୁଜା । ଏ ହେଉଛି କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଚାଳ କୁଡ଼ିଆରୁ ବିରାଟକାୟ ମନ୍ଦିର, ବର୍ଣ୍ଣନା କରୁଛି ଅନେକ କାହାଣୀ । ପ୍ରଥମେ ଶବର ପରେ ବ୍ରାହ୍ମଣ କରନ୍ତି ପୂଜା ।

ଶାବର ଶ୍ରୀକ୍ଷେତ୍ରରେ ସମସ୍ତଙ୍କ ପାଇଁ ଖୋଲା । ହିନ୍ଦୁ, ମୁସଲିମ, ଖ୍ରିଷ୍ଟିୟାନ ସମସ୍ତେ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରନ୍ତି, ଯାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ । କୋରାପୁଟର ଜଗନ୍ନାଥ ମନ୍ଦିର ଯାହାକି ଶାବର ଶ୍ରୀକ୍ଷେତ୍ର ନାମରେ ପରିଚିତ । ଆଦିବାସୀଙ୍କ ପରମ୍ପରା ଓ ରୀତିନୀତିରେ ଏଠାରେ ପୂଜା ପାଆନ୍ତି ମହାପ୍ରଭୁ ଜଗନ୍ନାଥ । । ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭୀଡ଼ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ ଏବଂ ଏଠାରେ ନାହିଁ କୌଣସି ବାଛ ଆଉ ବିଚାର । ପ୍ରଥମେ ଶବର ମାନେ ମୁଖ୍ୟ ପୂଜା କରିଥାନ୍ତି ପରେ ପଣ୍ଡା ମାନେ ପରବର୍ତ୍ତୀ ଦାୟିତ୍ୱ ତୁଲାଇଥାନ୍ତି । ଏଠାରେ ଦଇତାପତି ଆଦିବାସୀ ସମ୍ପ୍ରଦାୟର । ପାହାଡ଼ିଆ ଆଦିବାସୀ ଅଧ୍ୟୂଷିତ ଅଚଂଳରେ ପ୍ରଭୁ ଜଗନ୍ନାଥଙ୍କ ପୂଜା ପ୍ରଥମେ ଏହି ସମ୍ପ୍ରଦାୟର ଶବର ମାନେ, ନିଶାଣି ମୁଣ୍ଡା ଯାହାକି ଆଦିବାସୀଙ୍କ ଆରାଧ୍ୟ ଦେବୀଙ୍କୁ ପୂଜା କରୁଥିଲେ ତାଙ୍କର ଆଜ୍ଞା ମାଳ ପାଇ ଆମ୍ବଗଛମୂଳେ ବହୁ ଦିନ ଧରି ପୂଜା କରୁଥିଲେ । ଏହାପରେ ତିଆରି ହେଲା ଚାଳ ଘର ଓ ପରବର୍ତ୍ତୀ ସମୟରେ ଭକ୍ତଙ୍କ ସହଯୋଗରେ ପାହାଡ଼ ଉପରେ ନିର୍ମିତ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ଏକ ବିରାଟକାୟ ମନ୍ଦିର । ଆଦିବାସୀ ପରମ୍ପରା ଓ ସସ୍କୃତିର ଅନେକ କାହାଣୀ ବର୍ଣ୍ଣନା କରୁଥିଲା ବେଳେ ଯାହା ବି ମନସ୍କାମନା କରନ୍ତି ତାହା ସବୁ ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମହାପ୍ରଭୁ ଜଗନ୍ନାଥଙ୍କ ଏହି ବିରାଟକାୟ ମନ୍ଦିର ନିର୍ମାଣରେ ଉଭୟ ମୁସଲିମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ସହଯୋଗ କରିଥିଲେ । ମନ୍ଦିରର ପ୍ରମୁଖ ଦାୟିତ୍ୱ ସେମାନେ ତୁଲାଇଛନ୍ତି । ଆଜି ବି ସେମାନଙ୍କ ସହଯୋଗ ରହିଛି, ପରମ୍ପରା ଅନୁସାରେ ପ୍ରଥମେ ଶବର ମାନେ ଆଣି ଥିବା ଫୁଲ ଓ ଫଳ ପୂଜା ପାଇଲା ପରେ ସାଧାରଣ ଭକ୍ତଙ୍କ ଫୁଲ ଫଳ ପୂଜା କରାଯାଇଥାଏ । ରଥ ଯାତ୍ରାରେ ପୁରୀରେ ରାଜା ଛେରା ପହଁରା କରିଥାନ୍ତି କିନ୍ତୁ ଏଠାରେ ଆଦିବାସୀ ନାୟକ ଛେରା ପହଁରା ଓ ଭୋଗ କରିଥାନ୍ତି । ପରେ ସାଧାରଣ ଭକ୍ତଙ୍କ ଭୋଗ ଲାଗି ହୋଇଥାଏ ।

ରଥଯାତ୍ରା ସମୟରେ ରଥ ଉପରେ ଶବର ସମ୍ପ୍ରଦାୟର ମନ୍ନୋନିତ ବ୍ୟକ୍ତି ମାନଙ୍କୁ ସମ୍ମାନିତ କଲା ପରେ ରଥ ଟଣା ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ମନ୍ଦିରର ଜଣେ ବରିଷ୍ଠ ସେବକ । ଅନ୍ୟପକ୍ଷେ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ଏବଂ ବହୁ ଦୁରଦୁରାନ୍ତରୁ ଆସୁଥିବା ଭକ୍ତ ମାନେ କିପରି ଆଶ୍ରୟ ନେଇପାରିବେ ସେଥିପାଇଁ ମଧ୍ୟ ଏଠାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ଏହା କିପରି ହେଉଛି ଆଉ କିଏ ଦେଉଛି ତାହା ବି ଜାଣିବା କଷ୍ଟ କର ।

Search

Archive

Comments

There are currently no blog comments.